ଆଜି ସମ୍ବଲପୁର ବନ୍ଦ
ସମ୍ଵଲପୁର : ବୁଧବାର ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ନାଗରିକ କମିଟିର ଆହ୍ଵାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାକୁ ପୃଥକ ରାଜ୍ୟ ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଏହି ବନ୍ଦପାଳନ ଆରମ୍ଭ ହୋଇଛି।
ଜିଲ୍ଲା ଓକିଲ ସଙ୍ଘ ଏହି ବନ୍ଦକୁ ସମର୍ଥନ କରିଛି। ସକାଳୁ ଗାଡି ଚଳାଚଳା ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିଛି। ପିଲାଙ୍କ ପରୀକ୍ଷା ଥିବାରୁ ତତ୍ସମ୍ବନ୍ଧୀୟ ଯାତାୟତ ଓ ଗାଡି ଚାଳନା ବନ୍ଦରୁ ବାଦ୍ ଦିଆଯାଇଛି।
Powered by Froala Editor