ଡିସେମ୍ବର ୯ରୁ ଓଟିଟିରେ ଆସିବ ‘ଯଶୋଦା’
ଯଶୋଦା ଫିଲ୍ମ ଦର୍ଶକଙ୍କ ଖୁବ୍ ପସନ୍ଦ ହୋଇଛି । 'ଯଶୋଦା' ହେଉଛି ସାମନ୍ଥାଙ୍କ ପ୍ରଥମ ପ୍ୟାନ୍ ଇଣ୍ଡିଆ ଫିଲ୍ମ। ଏହି ଫିଲ୍ମରେ ଅଭିନେତ୍ରୀଙ୍କୁ ଏକ ମା'ଭୂମିକାରେ ଅଭିନୟ କରିଛନ୍ତି। ୧୧ ନଭେମ୍ବରରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିଥିଲା। ଫେକ୍ ପ୍ରେଗନେନ୍ସି ର୍ୟାକେଟ ଉପରେ ଆଧାରିତ ଏହି ଫିଲ୍ମରେ ଥିବା ସସପେନ୍ସ ଦର୍ଶକଙ୍କୁ ଏକ ପ୍ରକାର ବାନ୍ଧି ରଖିଛି । ଏବେ ଫିଲ୍ମ 'ଯଶୋଦା' ଓଟିଟିରେ ରିଲିଜ୍ ହେବାକୁ ଯାଉଛି। ଯେଉଁମାନେ ସିନେମା ହଲ୍ରେ ଦେଖିବାକୁ ସୁଯୋଗ ପାଇନାହାନ୍ତି ସେମାନେ ଘରେ ବସି ଫିଲ୍ମକୁ ଉପଭୋଗ କରିପାରିବେ। ତେବେ ଫିଲ୍ମଟି ଡିସେମ୍ବର ୯ରେ ଆମାଜନ ପ୍ରାଇମ୍ ଭିଡିଓରେ ପ୍ରସାରିତ ହେବ।
Powered by Froala Editor