ବ୍ଲୁ ଟିକ୍ ସ୍କିମ୍ ରେ ରୋକ

ଟ୍ୱିଟର୍ର ନୂତନ ମାଲିକ ଏଲନ ମସ୍କ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ୱିଟର୍ରେ ବ୍ଲୁ ଟିକ୍ ସ୍କିମ୍ ଉପରେ ଏବେ ରୋକ ଲାଗିଛି। ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଟ୍ୱିଟର୍ର ନୂଆ ମାଲିକ ଏଲନ୍ ମସ୍କ। ଟ୍ୱିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ ବୋଲି ସେ କହିଛନ୍ତି।
ମସ୍କଙ୍କ ବ୍ଲୁ ଟିକ ଆକାଉଣ୍ଟଗୁଡିକର ପେଡ ସିଷ୍ଟମ ନିଷ୍ପତ୍ତି ସବୁଠାରୁ ବିବାଦୀୟ ବୋଲି ବିବେଚନା କରାଯାଏ। ଅନେକ ନକଲି ଆକାଉଣ୍ଟ ମଧ୍ୟ ବ୍ଲୁ ଭେରିଫାଏଡ ରହିଛି। ଏହି କାରଣରୁ ମସ୍କଙ୍କ ନିଷ୍ପତ୍ତିକୁ ସମାଲୋଚନା କରାଯାଇଥିଲା। ସେଥିପାଇଁ ମସ୍କ ଏହା ଉପରେ ରୋକ ଲଗାଇଛନ୍ତି। ପ୍ରଥମେ ଆକାଉଣ୍ଟଗୁଡିକ ଯାଞ୍ଚ୍ ହେବା ପରେ ବ୍ଲୁ ଟିକ ପେଡ୍ ସ୍କିମ୍ ଲାଗୁ କରାଯିବ। କୁହାଯାଉଛି, ବ୍ଲୁ ଟିକ୍ ସ୍କିମ୍ ଆରମ୍ଭ ହେଲେ ବ୍ୟକ୍ତି ବିଶେଷ, କମ୍ପାନୀ ଓ ସଂସ୍ଥାମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବ୍ଲୁ ଟିକ୍ ବ୍ୟବହାର ପାଇଁ ଦିଆଯିବ।
Powered by Froala Editor