ଭୂକମ୍ପ ଝଟ୍କା: ଦୋହଲିଲା ଗ୍ରୀସ୍, ୫.୫ ତୀବ୍ରତା ରେକର୍ଡ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ଗ୍ରୀସ୍। ଏଠାକାର କ୍ରେଟେ ଦ୍ୱିପରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ସୋମବାର ସକାଳୁ ଭୂକମ୍ପ ଝଟ୍କା ଅନୁଭୂତ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ସେପଟେ ଏହି ଭୂମିକମ୍ପ ପରେ ସମୁଦ୍ର ଅଶାନ୍ତ ହୋଇପାରେ। ଏଥିସହ ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି। ଏଥିଲାଗି ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି।
ଭୂକମ୍ପ ଯୋଗୁଁ ଇଜିପ୍ଟର ସାଇଟିଆର ଉତ୍ତର-ପୂର୍ବଠାରୁ ୬୦ କିଲୋମିଟର ଦୂରରେ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠ ଠାରୁ ୮୦ କିଲୋମିଟର ଗଭୀରରେ ଥିଲା। କୁହାଯାଉଛି ଯେ, ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର କମ୍ପନ ଉତ୍ତର ଆପ୍ରିକା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।
Powered by Froala Editor