ଓଜନ କମାଇଥାଏ ଅଦା, ହଳଦୀ ଓ ମହୁ
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢିଥାଏ । ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ ଓଜନ ମଧ୍ୟ କମାଇଥାଏ । ତେବେ ଆପଣ ଓଜନ କମାଇବାକୁ ଚାହୁଁଥିଲେ ଏହି ସବୁ ଜିନିଷରେ ପାନୀୟ ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ପିଅନ୍ତୁ ।
ପ୍ରସ୍ତୁତି:
ଆବଶ୍ୟକୀୟ ସାମଗ୍ରୀ- ପାଣି, ମହୁ, ହଳଦୀ ଗୁଣ୍ଡ, ଅଦା ଏବଂ ଆପେଲ ସାଇଡର ଭିନେଗାର । ଏହା ଆପଣଙ୍କୁ ବଜାରରେ ସହଜରେ ମିଳିଯିବ ।
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ପାଣି ନେଇ ଗରମ କରନ୍ତୁ । ସେଥିରେ ଖଣ୍ଡେ ଅଦା ପକାଇ ଫୁଟିବାକୁ ଛାଡି ଦିଅନ୍ତୁ । ଅଦାର ବାସ୍ନା ଆସିଲା ପରେ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ, ମହୁ (୧୫ ମିଲିଲିଟର ବା ଏକ ବଡ ଚାମଚ) ବଡ ଚାମଚରେ ଦୁଇ ଚାମଚ (ପାଖାପାଖି୨୫ ମିଲିଲିଟର) ଆପେଲ ସାଇଡର ଭିନେଗାର ପକାନ୍ତୁ । ଏହାକୁ ଆହୁରି ସୁସ୍ୱାଦୁ କରିବାକୁ ଡାଳଚିନି ଗୁଣ୍ଡ ଅଳ୍ପ ଓ ଫାଳେ ଲେମ୍ବୁ ଚିପୁଡି ଦିଅନ୍ତୁ । ତା' ପରେ ଏକ କପ୍ କାଢି ଏହି ହର୍ବାଲ ପାନୀୟର ମଜା ନିଅନ୍ତୁ ।
Powered by Froala Editor