୬ ଫୁଟ୍ ବରଫରେ ପୋତି ହୋଇଗଲା ଆମେରିକାର ଏହି ଅଞ୍ଚଳ

ଆମେରିକାର ପଶ୍ଚିମ ନ୍ୟୁୟର୍କରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ଅଞ୍ଚଳର କେତେକ ସ୍ଥାନ ୬ଫୁଟ୍ ବରଫରେ ପୋତି ହୋଇରହିଛି। ଏନେଇ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ରାସ୍ତାଘାଟରେ ଫସିଛନ୍ତି ହଜାର ହଜାର ଯାନବାହନ । ତୁଷାରପାତ ଯୋଗୁ ସାରା ସହରରେ ଜୀବନଯାତ୍ରା ଗୁରୁତର ବାଧାପ୍ରାପ୍ତ ହୋଇଛି । ଉଦ୍ଧାର କାର୍ଯ୍ୟରେ ନ୍ୟାସନାଲ ଗାର୍ଡ ମୁତୟନ କରାଯାଇଥିବାବେଳେ ଶତାଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ପ୍ରଶାସନ ଏଭଳି ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ କରିଛନ୍ତି । ତୁଷାରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି। ତେବେ ପରିସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି ।
ଜାତୀୟ ପାଣିପାଗ ସେବା ବିଭାଗ ସୂଚନା ଅନୁଯାୟୀ, ଅର୍ଚାର୍ଡ ପାର୍କରେ ୭୭ ଇଞ୍ଚ ବରଫ ପଡ଼ିଥିବା ବେଳେ ଓ୍ବାଟରଟାଉନ ନିକଟ ନାଚୁରାଲ ବ୍ରିଜ୍ ଅଞ୍ଚଳରେ ୭୨.୩ ଇଞ୍ଚ ବରଫ ପଡ଼ିଥିବା କୁହାଯାଇଛି। ଅନ୍ୟପକ୍ଷେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତୁଷାରପାତ ସମୟରେ ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
Powered by Froala Editor