ପିଏନବି ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କଣ?

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଖୁବଶୀଘ୍ର ଗ୍ରାହକଙ୍କୁ ଖୁସି ଖବର ଦେବାକୁ ଯାଉଛି । ପିଏନବି ଡେବିଟ୍ କାର୍ଡରୁ ଟ୍ରାଞ୍ଜାକ୍ସନର ଲିମିଟରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି ବ୍ୟାଙ୍କ । ବ୍ୟାଙ୍କ ନିଜ ୱେବସାଇଟରେ ଏକ ନୋଟିସ୍ ଜାରି କରି ଲେଖିଛି କି ପ୍ରିୟ ଗ୍ରାହକ, ଖୁବ୍ ଶୀଘ୍ର ହାଇ ଏଣ୍ଡ ଭେରିଏଣ୍ଟ ଡେବିଟ୍ କାର୍ଡରୁ ନେଣଦେଣର ଟ୍ରାଞ୍ଜାକ୍ସନର ଲିମିଟରେ ପରିବର୍ତ୍ତନ ହେବ ।
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଅନୁସାରେ ମାଷ୍ଟର କାର୍ଡ, ରୂପେ ଏବଂ ଭିସା ଗୋଲ୍ଡ ଡେବିଟ୍ କାର୍ଡର ସମସ୍ତ ପ୍ଲାଣ୍ଟିନମ୍ ଭେରିଏଣ୍ଟ ପାଇଁ ପ୍ରତିଦିନ ଏଟିଏମରୁ ଉଠାଣର ଲିମିଟକୁ ୫୦ ହଜାର ଟଙ୍କାରୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରାଯାଇପାରେ । ସେହିଭଳି ପିଓଏସ୍ ଗ୍ରାହକ ପ୍ରତିଦିନ ୧,୨୫,୦୦୦ ଟଙ୍କା ବଦଳରେ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ବ୍ୟାଙ୍କ କହିଛି କି ରୁପେ ସିଲେକ୍ଟ ଏବଂ ଭିସା ସିଗ୍ନେଚର ଡେବିଟ୍ କାର୍ଡ ପାଇଁ ଏଟିଏମରୁ ଉଠାଣ ସୀମା ୫୦ ହଜାର ଟଙ୍କାରୁ ବଢାଇ ୧,୫୦,୦୦୦ ଟଙ୍କା କରାଯିବ । ଏହି କାର୍ଡ ପାଇଁ ପିଓଏସରୁ ନେଣଦେଣର ପ୍ରତିଦିନ ସୀମାକୁ ୧,୨୫,୦୦୦ ଟଙ୍କାରୁ ବଢାଇ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କରାଯିବ ।
ପିଏନବି ଏକ ବୟାନରେ କହିଛି କି ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି କି ଇଣ୍ଟରନେଟ୍ ବ୍ୟାଙ୍କିଂ ମୋବାଇଲ ବ୍ୟାଙ୍କିଂ ଆପ୍, ପିଏନବି ଏଟିଏମ୍ ବ୍ରାଞ୍ଚକୁ ଯାଇ ଟ୍ରାଞ୍ଜାକ୍ସନର ଲିମିଟରେ ହୋଇଥିବା ପରିବର୍ତ୍ତନର ଲାଭ ଉଠାଇପାରିବେ ଗ୍ରାହକ । ଏହା ସହିତ ପିଏନବି ନିଜ ଗ୍ରାହକଙ୍କୁ କାର୍ଡ ସେଫ୍ଟିକୁ ନେଇ କହିଛି କି ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ବା ବ୍ୟାଙ୍କ ଖାତା ସହିତ ଜଡିତ କୌଣସି ବି ତଥ୍ୟ କାହାକୁ ସେୟାର କରିବା ଅନୁଚିତ୍ ।
Powered by Froala Editor