ମଜା କରି ଫସିଲେ : ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଗିରଫ ହେଲେ ୩ ଛାତ୍ର
କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ନ୍ୟୁ ହୋରିଜୋନ କଲେଜ ଅଫ ଇଞ୍ଜିନିୟରିଂର ୩ ଜଣ ଶିକ୍ଷାର୍ଥୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଗିରଫ ହୋଇଛନ୍ତି। ଏହି ଘଟଣା ପରେ ୩ ଶିକ୍ଷାର୍ଥୀଙ୍କୁ କଲେଜରୁ ମଧ୍ୟ ନିଲମ୍ବିତ କରାଯାଇଛି। ଗିରଫ ପରେ ସେମାନେ ଜାମିନରେ ମୁକୁଳିଛନ୍ତି। ଛାତ୍ରମାନେ ପାକ୍ ସପକ୍ଷରେ ନାରା ଦେଇଥିଲେ ମଧ୍ୟ ଏହା ଅଜାଣତରେ ଘଟିଥିବା ପୁଲିସ୍ କହିଛି।
ନଭେମ୍ବର ୨୫-୨୬ ରେ ନ୍ୟୁ ହୋରିଜନ୍ କଲେଜ ଅଫ୍ ଇଞ୍ଜିନିୟରିଂରେ ଏକ ଅନ୍ତଃ- କଲେଜ ଫେଷ୍ଟ ଆୟୋଜନ କରିବାକୁ ଛାତ୍ରମାନେ ଏକତ୍ର ହୋଇଥିଲେ । ଏହି ସମୟରେ କିଛି ଛାତ୍ର ସେମାନଙ୍କ ପ୍ରିୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଏବଂ ଦେଶର ନାମ କହିଥିଲେ । ତେବେ ତିନିଜଣ ଛାତ୍ର ଆର୍ଯ୍ୟନ୍, ଦିନକର ଏବଂ ରିୟା ପାକିସ୍ତାନ ଜିନ୍ଦାବାଦ ବୋଲି କହିଥିଲେ । ପୁଲିସ କହିଛି, ଯେ “ଛାତ୍ରମାନେ ମଜା କରିବା ପାଇଁ ସ୍ଲୋଗାନ ଦେଇଥିଲେ। ଛାତ୍ରମାନେ ଏହା ଉଦ୍ଦେଶ୍ୟମୂଳକ ଭାବେ କରିନାହାଁନ୍ତି। ପସନ୍ଦର ଟିମ୍ ନାଁ କହୁଥିବା ବେଳେ ସେମାନଙ୍କ ପାଟିରୁ ଏପରି ନାରା ବାହାରି ପଡ଼ିଥିଲା ବୋଲି ପୁଲିସ୍ କହିଛି। ସେମାନଙ୍କୁ ଜାମିନ ମିଳିଯାଇଛି ଏବଂ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଦଙ୍ଗା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମରାଠାଲୀ ପୁଲିସ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।
Powered by Froala Editor