‘ଦତ୍ତା’ ହୋଇଗଲା ‘କୁତ୍ତା’: ତାପରେ ଏମିତି କଲେ ଯୁବକ ଜଣକ...

ରାସନ କାର୍ଡରେ ହୋଇଗଲା ଭୁଲ । ଯାହାର ପରିଣାମ ସ୍ୱରୂପ ଜଣେ ଯୁବକ ବିଡିଓଙ୍କ ଆଗରେ କୁକୁର ଭଳି ଭୁକି ପ୍ରତିବାଦ ଜଣାଇଛନ୍ତି । ଜାଣିଛନ୍ତି ସେ କାହିଁକି ଏମିତି କରିଛନ୍ତି? ଘଟଣାଟି ଏହିପରି । ପଶ୍ଚିମବଙ୍ଗର ବାଙ୍କୁରାର ଶ୍ରୀକାନ୍ତ କୁମାର ଦତ୍ତଙ୍କ ନାଁ ରାସନ କାର୍ଡରେ ଭୁଲରେ କୁତ୍ତା ହୋଇଯାଇଥିଲା । ଇଂରାଜୀରେ ଲେଖାଥିବା ତାଙ୍କ ନାଁ Duttaର ଡି ଅକ୍ଷରଟି ବଦଳରେ କେ ଲେଖା ହୋଇଥିଲା । ଫଳରେ ତାହା କୁତ୍ତା ହୋଇଯାଇଥିଲା । ଏହାକୁ ସଂଶୋଧନ କରିବାକୁ ସେ ବାରମ୍ବାର ବ୍ଲକ ଅଫିସକୁ ଆସି ଅଧିକାରୀମାନଙ୍କୁ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା । ସେ ବାଧ୍ୟ ହୋଇ ବିଡିଓଙ୍କ ଗାଡ଼ି ଯାଉଥିବାବେଳେ ତାହାକୁ ଅଟକାଇ କୁକୁରଙ୍କ ପରି ଭୁକିବା ଆରମ୍ଭ କଲେ । କଣ ହୋଇଛି ବୋଲି ବିଡିଓ ପଚାରିବା ସତ୍ତ୍ବେ ସେ ଭୁକି ଚାଲିଥିଲେ । ଭୁକି ଭୁକି ସେ ନିଜର ପ୍ରତିବାଦ ପତ୍ର ବିଡ଼ିଓଙ୍କୁ ଧରାଇ ଦେଇଥିଲେ । ବିଡିଓ ତାହାକୁ ଗ୍ରହଣ କରିବା ସହ ପାଖରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Powered by Froala Editor