ମନ୍ତ୍ରୀଙ୍କୁ ନେଇଗଲା ସିବିଆଇ, ଧାରଣା ଦେଲେ ମମତା

କୋଲକାତା : ପଶ୍ଚିମବଙ୍ଗ ରାଜନୀତି ପୁଣି ସରଗରମ ହୋଇଯାଇଛି । ମମତା ବାନାର୍ଜୀଙ୍କ ସରକାରର ଜଣେ ମନ୍ତ୍ରୀଙ୍କୁ ସିବିଆଇ ଅଟକ ରଖିଛି । ଅପରପକ୍ଷରେ ଏହାର ପ୍ରତିବାଦ କରି ମମତା ସିବିଆଇ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର ସିବିଆଇକୁ ଅନୁମତି ଦେଇଥିଲେ ।
ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ କରିବା ସହ ସିବିଆଇ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ ଓ ବିଧାୟକ ମଦନ ମିତ୍ରଙ୍କୁ ଅଟକ ରଖିଛି । ଏହି ଖବର ଜଣାପଡ଼ିବା ମାତ୍ରେ ମମତା ସିବିଆଇ ଅଫିସ ପହଁଚିଯିବା ସହ ଧାରଣା ଦେଇଥିଲେ ।
ସେହିପରି ଏହି ମାମଲାରେ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ମଧ୍ୟ ଅଟକ ରଖାଯାଇଛି । ଅପରପକ୍ଷରେ ତାଙ୍କୁ ଗିରଫ କରିବା ପାଇଁ ମମତା ସିବିଆଇକୁ ଆହ୍ୱାନ ଦେଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି । ମନ୍ତ୍ରୀଙ୍କୁ ଅଟକ ରଖିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମମତା କହିଛନ୍ତି । ଅପରପକ୍ଷରେ ସିବିଆଇ ଅଫିସ ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
Powered by Froala Editor