ମସ୍କଙ୍କ ଚେତାବନୀ ପରେ ଇସ୍ତଫା ଦେଲେ ଶହଶହ କର୍ମଚାରୀ

ନୂଆଦିଲ୍ଲୀ : ଟୁଇଟରକୁ ଏକ ବଡ ଝଟକା ଲାଗିଛି । ଟୁଇଟରରୁ ଶହଶହ କର୍ମଚାରୀ ଇସ୍ତଫା ଦେଇଛନ୍ତି । ମସ୍କଙ୍କ ଏକ ଟୁଇଟ ପରେ ବହୁ ସଂଖ୍ୟକ କର୍ମଚାରୀ କମ୍ପାନୀ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ମସ୍କ ଟୁଇଟରେ କର୍ମଚାରମାନଙ୍କୁ ଚେତାବନି ଦେଇଥିଲେ ଯେ, ଅଧିକ ସମୟ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରୁହ, ନହେଲେ କମ୍ପାନୀ ଛାଡ ।
ଏହି ଇସ୍ତଫା ପରେ ସୋସିଆଲ ମିଡିଆରେ ଟୁଇଟରର ସାନ୍ଫ୍ରାନ୍ସିସକୋ ମୁଖ୍ୟ କାର୍ଯ୍ୟଳୟର ଏକ ଭିଡିଓ ଭାଇରାଲ ହୋଇଛି । ଅଫିସର ଇଲୋକ୍ଟ୍ରୋନିକ୍ସ ବିଲ ବୋର୍ଡରେ ଏଲନମସ୍କଙ୍କୁ ପରଜୀବୀ, ପାଗଳ ଏବଂ ଅହଙ୍କାରୀ ଭାବେ ସମ୍ବେଧିତ କରାଯାଇଛି । କେତେ ସଂଖ୍ୟକ କର୍ମଚାରୀ ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ ନାହିଁ । କିଛି କର୍ମଚାରୀ ଇସ୍ତଫା ଦେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଟୁଇଟରର ନୂଆ ବସ୍ ଏହି ଇସ୍ତଫା ଛପରେ କହିଛନ୍ତି ଯେ, ଏହାକୁ ନେଇ ମୁଁ ଚିନ୍ତିତ ନୁହେଁ । ଯେଉଁମାନେ ଦକ୍ଷ କର୍ମଚାରୀ ସେମାନେ କମ୍ପନୀ ସହ ଅଛନ୍ତି ।
କମ୍ପାନୀ ଛାଡିଥିବା ଟିମର କହିବା ଅନୁଯାୟୀ, ସେମାନେ ନିଜ ଇଚ୍ଛାରେ ଚାକିରୀ ଛାଡିଛନ୍ତି । କମ୍ପାନୀକୁ ଏହାର ଭରଣା କରିବା ପାଇଁ ଅନେକ ସମୟ ଲାଗିବ । ସେମାନଙ୍କ ନିକଟରେ ପେସାଗତ ଦକ୍ଷତା ସହ ଅନେକ ବିକଳ୍ପ ରହିଥିବା ସେମାନେ ପ୍ରକାଶ କରିଛନ୍ତି ।
Powered by Froala Editor