ଚାକିରି ସମସ୍ୟାକୁ ନେଇ ମୋଦିଙ୍କୁ ସମାଲୋଚନା କଲେ ଖଡଗେ
ନୂଆଦିଲ୍ଲୀ : କଂଗ୍ରେସ ଦଳ ସଭାପତି ମଲ୍ଲିକା ଅର୍ଜୁନ ଖଡଗେ ଚାକିରି ସମସ୍ୟାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ବିଭିନ୍ନ ସରକାରୀ ବିଭାଗରେ ୩୦ ଲକ୍ଷ ପଦ ଖାଲି ପଡିଥିଲା ବେଳେ ପ୍ରଧାନମନ୍ତ୍ରୀ ମାତ୍ର ୭୫ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ଶୁକ୍ରବାର ଖଡଗେ ସାମାଜିକ ଗଣମାଧ୍ୟମରେ ଟ୍ୱିଟରରେ ଏକ ବାର୍ତ୍ତାଛାଡି ଦର୍ଶାଇଥିଲେ ପ୍ରତିବର୍ଷ ୨ କୋଟି ଚାକରି ପ୍ରାଦନ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ବର୍ତ୍ତମାନ ବିଭିନ୍ନ ସରକାରୀ ବିଭାଗରେ ୩୦ ଲକ୍ଷରୁ ଅଧିକ ପଦ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରିବା ପାଇଁ କୌଣସି ଉଦ୍ୟମ ହେଉ ନାହିଁ । ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା କେନ୍ଦ୍ରୀୟ ସଚିବାଳୟରେ ୧୬ ଶହ ପଦ କାହିଁକି ଖାଲି ପଡିଛି ତାହାର ଉତ୍ତର ମୋଦି ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ।
Powered by Froala Editor