Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ...

  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ...

  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ...

  • ପୁଣି ତାଲିମ ପ୍ରାପ୍ତ ବିମାନ ...

  • କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ ...

  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ...

  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏବେ ଗ୍ରାମାଞ୍ଚଳକୁ ଫୋକସ୍ : କେନ୍ଦ୍ର ଜାରି କଲା ନୂଆ SOP

ଏବେ ଗ୍ରାମାଞ୍ଚଳକୁ ଫୋକସ୍ : କେନ୍ଦ୍ର ଜାରି କଲା ନୂଆ SOP

2021-05-17 07:39:34
14944
Share:
Facebook
Twitter
E-Mail
WhatsApp
Telegram
ଏବେ ଗ୍ରାମାଞ୍ଚଳକୁ ଫୋକସ୍ : କେନ୍ଦ୍ର ଜାରି କଲା ନୂଆ SOP

ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଥିବା ବେଳେ ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପିଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କରୋନା ପରିଚାଳନା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ନୂଆ SOP ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଗ୍ରାମାଞ୍ଚଳ, ଆଦିବାସୀ ଅଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ବ ଦିଆଯାଇଛି । କରୋନା ସ୍ଥିତି ତଦାରଖ ସହ ଡୋର ଡୁ ଡୋର ସ୍କ୍ରିନିଂ, ହୋମ୍‌ ଆଇସୋଲେସନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ବ ଦିଆଯାଇଛି । ଟେଷ୍ଟିଂ ଉପରେ ଅଧିକ ଫୋକସ୍ ଓ ଗ୍ରାମାଞ୍ଚଳରେ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି ।

କରୋନା ଲକ୍ଷଣ ନ ଥିବା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ମାମଲା କ୍ଷେତ୍ରରେ ହୋମ୍‌ ଆଇସୋଲେଶନରେ ରହିବା ସମ୍ଭବ ହେଉ ନଥିଲେ ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ୩୦ ଶଯ୍ୟାବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର, ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ବ୍ୟବସ୍ଥା କରାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସହରାଞ୍ଚଳରେ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିବାବେଳେ ଏବେ ସହରତଳି ଅଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି। ଉକ୍ତ ଅଞ୍ଚଳଗୁଡ଼ିକରେ କୋଭିଡ୍‌ କଣ୍ଟେନମେଣ୍ଟ ଓ ପରିଚାଳନା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଜାରି କରାଯାଇଛି। ଏହାଦ୍ୱାରା ପ୍ରାଥମିକ ସ୍ତରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ ହେବା ସହ ସବୁସ୍ତରରେ କରୋନା ମୁକାବିଲାକୁ ତ୍ୱରାନ୍ବିତ କରାଯାଇପାରିବ। କୋଭିଡ୍‌ କେୟାର ସେଣ୍ଟର (ସିସିସି)ଗୁଡ଼ିକ ଉଭୟ ସନ୍ଦିଗ୍ଧ ଏବଂ ପଜିଟିଭ୍‌ ମାମଲାକୁ ଅଲଗା ଅଲଗା ରଖିପାରିବେ। ସେମାନଙ୍କ ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ସେମାନଙ୍କୁ କୌଣସି ପରିସ୍ଥିତିରେ ଏକାଠି ହେବାକୁ ନ ଦେବା ପାଇଁ ଏସ୍‌ଓପିରେ ପରାମର୍ଶ ଦିଆଯାଇଛି। 

ପ୍ରତି ଗ୍ରାମରେ ଆଶା କର୍ମୀମାନେ ଗ୍ରାମ୍ୟ ସ୍ବାସ୍ଥ୍ୟ ପରିମଳ ଓ ପୋଷଣ କମିଟି (ଭିଏଚ୍‌ଏସ୍‌ଏନ୍‌ସି) ସହାୟତାରେ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗ କିମ୍ବା ଅତ୍ୟଧିକ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଆଦିର ସକ୍ରିୟ ସର୍ଭେ କରିବେ। ଲକ୍ଷଣ ଥିବା ମାମଲାଗୁଡ଼ିକରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (ସିଏଚ୍‌ଓ)ଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରି ଗ୍ରାମାଞ୍ଚଳ ସ୍ତରରେ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଯେଉଁମାନଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବ କିମ୍ବା ଅକ୍ସିଜେନ୍‌ ସ୍ତର କମ୍‌ ରହିଥିବ, ସେମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇପାରିବ। ଚିହ୍ନଟ ହୋଇଥିବା ସନ୍ଦିଗ୍ଧ କୋଭିଡ ମାମଲାଗୁଡ଼ିକର ସ୍ବାସ୍ଥ୍ୟକେନ୍ଦ୍ରରେ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା (ଆର୍‌ଏଟି) କରାଯିବ କିମ୍ବା ନମୁନା ସଂଗ୍ରହ କରାଯାଇ ନିକଟବର୍ତ୍ତୀ କୋଭିଡ୍‌-୧୯ ପରୀକ୍ଷା ଲାବରେଟୋରିକୁ ପଠାଯିବ। ସିଏଚ୍‌ଓ ଏବଂ ଏଏନ୍‌ଏମ୍‌ମାନଙ୍କୁ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ତାଲିମ ଦିଆଯିବାକୁ ଏସ୍‌ଓପିରେ କୁହାଯାଇଛି। ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଆଇଡିଏସ୍‌ପି ଗାଇଡ୍‌ଲାଇନ ଅନୁଯାୟୀ ଯଥାସମ୍ଭବ କଣ୍ଟାକ୍ଟ ଟ୍ରେସିଂ କରାଯିବ ।

ସହରତଳି ଅଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳ ପାଇଁ ତ୍ରିସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଜନା କରାଯାଇଛି। କୋଭିଡ୍‌ କେୟାର ସେଣ୍ଟର(ସିସିସି)ଗୁଡ଼ିକ ସାମାନ୍ୟ କିମ୍ବା ଆଦୌ ଲକ୍ଷଣ ନ ଥିବା ମାମଲାର ଚିକିତ୍ସା କରିବାକୁ ଥିବାବେଳେ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର (ଡିସିଏଚ୍‌ସି)ଗୁଡ଼ିକ ମଧ୍ୟମ ମାମଲା ଏବଂ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ (ଡିସିଏଚ୍‌) ଗୁରୁତର ମାମଲାଗୁଡ଼ିକ ପରିଚାଳନା କରିବ। ସିସିସିଗୁଡ଼ିକରେ ବେସିକ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ (ବିଏଲ୍‌ଏସ୍‌ଏ) ରହିବ, ଯେଉଁଥିରେ ୨୪ ଘଣ୍ଟା ପର୍ଯ୍ୟାପ୍ତ ଅକ୍ସିଜେନ ଉପଲବ୍ଧ ହେବ। ଏହିସବୁ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସବ୍‌ଡିଷ୍ଟ୍ରିକ୍ଟ ହସ୍ପିଟାଲଗୁଡ଼ିକ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ସେଣ୍ଟର ବ୍ୟବସ୍ଥା କରିବେ। ଡିସିଏଚ୍‌ସିରେ ଅନୂ୍ୟନ ୩୦ ଶଯ୍ୟା ପାଇଁ ଯୋଜନା କରାଯାଇପାରିବ। ମାମଲା ବଢ଼ିଲେ କିମ୍ବା ବଢ଼ିବା ସମ୍ଭାବନା ଥିଲେ ଜିଲା କର୍ତ୍ତୃପକ୍ଷ ଉକ୍ତ ଶଯ୍ୟା ବଢ଼ାଇବା ବ୍ୟବସ୍ଥା କରିବେ। ଉକ୍ତ ସେଣ୍ଟରଗୁଡ଼ିକ ମଧ୍ୟମ ଲକ୍ଷଣ ଥିବା ରୋଗୀ (ଯେଉଁମାନେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବେ, ମିନିଟ ପ୍ରତି ଶ୍ୱାସକ୍ରିୟା ହାର ୨୪ରୁ ଅଧିକ ଥିବ ଓ ସାଚୁରେଶନ ୯୦ରୁ ୯୪ ମଧ୍ୟରେ ରହୁଥିବ)ଙ୍କ ଚିକିତ୍ସା କରିବେ। ସେହିପରି ଜିଲା ହସ୍ପିଟାଲ କିମ୍ବା ଅନ୍ୟ ସ୍ବୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯିବାକୁ କୁହାଯାଇଛି। ଏହାବ୍ୟତୀତ ଉପଖଣ୍ଡ କିମ୍ବା ବ୍ଲକ୍‌ ସ୍ତରରେ ଥିବା ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଏହାକୁ ଡେଡିକେଟେଡ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି।

Powered by Froala Editor

Tags SOP

Related articles Odisha News Lens 4.1

  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର
    ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15432
    Feb 07, 2026
  • ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ
    ଜିଲ୍ଲା ପରିକ୍ରମା

    ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ

    13486
    Feb 09, 2026
  • ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ
    ଦେଶ-ଦେଶାନ୍ତର

    ଭାରତୀୟ ବାୟୁସେନା: ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

    15466
    Feb 08, 2026
  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ
    ଦେଶ-ଦେଶାନ୍ତର

    ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

    13779
    Feb 08, 2026
  • ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ
    ଦେଶ-ଦେଶାନ୍ତର

    ମେଡିକାଲ ବିଶ୍ୱବିଦ୍ୟାଳୟରେ ଛୁରାମାଡ, ଚାରି ଭାରତୀୟ ଛାତ୍ରଙ୍କ ସମେତ ଅନେକ ଆହତ

    13727
    Feb 08, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...
    ବାଣିଜ୍ୟ

    ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ...

    14555
    Feb 08, 2026
  • ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ
    ଅପରାଧ

    ଚୋରା ମୋରମ ଖଣିରେ ଚଢ଼ଉ, ଛୁ’ ମାରିଲେ ମାଫିଆ

    15455
    Feb 09, 2026
  • ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ
    ଦେଶ-ଦେଶାନ୍ତର

    ଜିଆଙ୍କ ସହ ନିର୍ବନ୍ଧ କଲେ କି ଏଲଭିଶ, ଫଟୋ ଭାଇରାଲ

    15671
    Feb 08, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13537
    Feb 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ୨୧ ଯାଏ ଚାଲିବ ଆଦିବାସୀ କଳା ଲାଇଭ୍ କାର୍ଯ୍ୟକ୍ରମ

    13486
    Feb 09, 2026
  • ରାଜନୀତି

    କଂଗ୍ରେସରେ ଯୋଗ ଦେଲେ ବିଶ୍ୱଜିତ, ସୋଫିଆ କହିଲେ ‘ମୁଁ ଜାଣିନାହିଁ’

    13856
    Feb 08, 2026
  • ରାଜନୀତି

    ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15432
    Feb 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17327
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17400
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17743
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16221
    Apr 03, 2021

ବିଶେଷ

  • ଗୋଲାପ ଦିବସ

    15832
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15751
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16126
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14248
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14465
    Jan 31, 2026

ବାଣିଜ୍ୟ

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

ଭୁବନେଶ୍ୱର: ରୟାଲ ଆର୍କେଡ ଆସୋସିଏସନ୍‌ ଅଫ ଆଲଟିଜ୍‌ ପକ୍ଷରୁ ୨୦୨୫-୨୬ ବର୍ଷ ନିମନ୍ତେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିବିଏମ୍‌) ୮ ଫେବୃଆରୀ, ୨୦୨୬ରେ ରୟାଲ ଆର୍କେଡ, ରଘୁନାଥପୁର, ଭୁବନେଶ ...

  • ଭୁଶୁଡିଲା ସେୟାର ମାର୍କେଟ

    14450
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16059
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15334
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15746
    Jan 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିନା ମାଟିରେ ଗଜା ହେଲା ୧୦୦୦ ଆଳୁ

    13779
    Feb 08, 2026
  • ରିତୁ ତାୱଡେ ହେବେ ମୁମ୍ବାଇ ମେୟର

    15432
    Feb 07, 2026
  • ପୁଣି ତାଲିମ ପ୍ରାପ୍ତ ବିମାନ ଦୁର୍ଘଟଣାଗ୍ରସ୍ତ

    13537
    Feb 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In