ମେଟା ଇଣ୍ଡିଆର ନୂଆ ମୁଖ୍ୟ ସନ୍ଧ୍ୟା ଦେବନାଥନ୍

ମେଟା ଗୁରୁବାର ସନ୍ଧ୍ୟା ଦେବନାଥନ୍ଙ୍କୁ ଭାରତର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରିଛି। ଅଜିତ ମୋହନଙ୍କ ଇସ୍ତଫା ପରେ ସନ୍ଧ୍ୟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ସୂଚନା ଅନୁସାରେ ସନ୍ଧ୍ୟାଙ୍କୁ କମ୍ପାନୀର ଉପ-ସଭାପତି ମଧ୍ୟ କରାଯାଇଛି । ମେଟାର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ମାର୍ନେ ଲେୱାଇନ୍ ଏନେଇ କହିଛନ୍ତି ଯେ ଭାରତରେ ଏବେ ମେଟା ଦୃତଗତିରେ କାରବାର କରୁଛି । ଏହି ସମୟରେ ଆମେ ସନ୍ଧ୍ୟାଙ୍କୁ ସ୍ୱାଗତ କରୁଛୁ । ସନ୍ଧ୍ୟା ଭାରତରେ ବାଣିଜ୍ୟିକ ବିସ୍ତାର କରିବା, ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟ କରିବା ଭଳି ଟିମ୍ ପ୍ରସ୍ତୁତ କରିବା ଏବଂ ପ୍ରଡକ୍ଟରେ ଉନ୍ନତି ସହିତ ଭାଗିଦାରୀକୁ ମଜବୁତ୍ କରିବା ଦିଗରେ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ଆମେ ଭାରତରେ ତାଙ୍କୁ ଦାୟିତ୍ୱ ଦେବା ପାଇଁ ଉତ୍ସାହିତ ଥିବା ସେ କହିଛନ୍ତି ।
ବ୍ୟାଙ୍କିଙ୍ଗ, ପେମେଣ୍ଟ ଏବଂ ଟେକ୍ନୋଲୋଜିରେ ତାଙ୍କର ୨୨ ବର୍ଷର ଅଭିଜ୍ଞତା ରହିଛି। ଲିଙ୍କ ଡ ଇନ୍ ପ୍ରୋଫାଇଲରେ ସେ ୨୦୦୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଏମ୍ବିଏ ସମାପ୍ତ କରିଥିବା ଉଲ୍ଲେଖ ରହିଛି। ସନ୍ଧ୍ୟା ୨୦୧୬ ମସିହାରୁ ମେଟାରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସିଙ୍ଗାପୁର ଏବଂ ଭିଏତ୍ନାମରେ ବାଣିଜ୍ୟିକ ଟିମ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ଦକ୍ଷିଣ-ପୂର୍ବ ଏସିଆରେ ମେଟାର ଇ-କମର୍ଶ ଇନିସିଏଟିଭ୍ରେ ସେ ମଧ୍ୟ ସହାୟତା କରିଥିଲେ ।
Powered by Froala Editor