ଡକ୍ଟର ସିଭି ଆନନ୍ଦା ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ନିଯୁକ୍ତ
ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ଡକ୍ଟର ସିଭି ଆନନ୍ଦା ବୋଷ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ. ସି.ଭି.ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଡକ୍ଟର ବୋଷଙ୍କୁ ତତ୍କାଳ ପ୍ରଭାବରେ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି ନିଯୁକ୍ତି ଲାଗୁ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଜଗଦୀପ ଧନଖଡ଼ ୨୦୨୨ ଅଗଷ୍ଟ ୭ରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ଏଥିପାଇଁ ତାଙ୍କୁ ବେଙ୍ଗଲର ରାଜ୍ୟପାଳ ପଦ ଛାଡ଼ିବାକୁ ପଡ଼ିଥିଲା। ସେବେଠାରୁ ରାଜ୍ୟପାଳ ପଦବୀ ବେଙ୍ଗଲରେ ଖାଲି ପଡ଼ିଥିଲା।
ମଣିପୁର ରାଜ୍ୟପାଳ ଲା ଗଣେଶନ ବେଙ୍ଗଲ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଏଥିପାଇଁ କେନ୍ଦ୍ର ସରକାର ଡକ୍ଟର ବୋଷଙ୍କୁ ବେଙ୍ଗଲ ରାଜ୍ୟପାଳ ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ।
ଜଣେ ସ୍ତମ୍ଭକାର ଓ ଲେଖକ ଭାବେ ପରିଚିତ ଡକ୍ଟର ବୋଷ ଇଂରାଜୀ, ମାଲାୟଲମ ଓ ହିନ୍ଦୀରେ ୪୦ଟି ବହି ଲେଖିଛନ୍ତି । ସେ ମଧ୍ୟ ଜବାହରଲାଲ ନେହେରୁ ଫେଲୋସିପ ପାଇଛନ୍ତି ।
Powered by Froala Editor