ବଡ଼ଖବର, ଗୁରୁତର କରୋନା ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟଙ୍କୁ ଅନୁମତି

କଟକ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଏସସିବି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏସସିବି କୋଭିଡ ହସ୍ପିଟାଲ ବାହାରେ ଆଜି ଆଟେଣ୍ଡାଣ୍ଟଙ୍କୁ ଅନୁମତି ପ୍ରଦାନ ନେଇ ସୃଷ୍ଟ ଉତ୍ତେଜନ ପରେ ଏହା କହିଛନ୍ତି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ସେ କହିଛନ୍ତି ଯେ, ଯେଉଁ ଆକ୍ରାନ୍ତଙ୍କ ପାଇଁ ଆଟେଣ୍ଡାଣ୍ଟ ଦରକାର ସେମାନଙ୍କୁ ଛଡ଼ାଯିବ । ସମସ୍ତ ଆଟେଣ୍ଡାଣ୍ଟଙ୍କୁ ୱାର୍ଡ ଭିତରକୁ ଛଡ଼ାଯିବ ନାହିଁ । କେଉଁ ଆଟେଣ୍ଡାଣ୍ଟ ୱାର୍ଡକୁ ଯିବେ ତାହା ଡାକ୍ତର ସ୍ଥିର କରିବେ ।
ପ୍ରକାଶ ଯେ, ଆଜି ସକାଳେ ଆଟେଣ୍ଡାଣ୍ଟଙ୍କୁ ୱାର୍ଡ ବନ୍ଦ କରାଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।
Powered by Froala Editor