କେଶ ସମସ୍ୟାର ସମାଧାନ ବାଟ ଯୋଗ

ଅସମୟରେ କେଶ ପାଚିବା ଓ କେଶ ଝଡ଼ିବା ଆଜିକାଲିର ଏକ ବଡ଼ ସମସ୍ୟା । ଛୋଟ ଠାରୁ ବଡ଼ ସବୁ ବୟସର ଲୋକେ ଏହି ସମସ୍ୟାକୁ ନେଇ ଚିନ୍ତିତ ଥା’ନ୍ତି। ଏହାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ବି ଅବଲମ୍ବନ କରନ୍ତି। କିଏ ମେଡିସିନ୍ର ସାହାରା ନିଏ ତ କିଏ ଘରୋଇ ଉପଚାର କରେ। ଏହି ସମସ୍ୟା ସମାଧାନର ସହଜ ବାଟ ବି ରହିଛି। ଏଥିରେ ଅପଣଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି, ବିଶେଷ ସମୟ ବା କଷ୍ଟ କରିବାକୁ ବି ପଡିବନି। କେବଳ ଆନ୍ତରିକ ଉଦ୍ୟମ ଓ ବିଶ୍ୱାସ ରଖିବା ଉଚିତ୍।
ଏହାର ସମାଧାନର ବାଟ ହେଉଛି ଯୋଗ। ଯୋଗ ମାଧ୍ୟମରେ ଘରେ ବସି କିପରି ଏହି ସମସ୍ୟାର ସମାଧାନ କରିପାରିବେ ଆସନ୍ତୁ ଜାଣିବା।
କେଶରେ ଦେଖା ଦେଉଥିବା ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସର୍ବାଙ୍ଗାସନ କରିବାକୁ ପଡ଼ିବ। ସର୍ବାଙ୍ଗାସନ ଏପରି ଗୋଟିଏ ଆସନ ଯାହାର ବହୁ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି। ଏହି ଆସନରେ ପୁରା ଶରୀର କାର୍ଯ୍ୟକ୍ଷମ ହୋଇଯାଏ। ଯଦି ଯୋଗ ପାଇଁ ଅଧିକ ସମୟ ଦେଇ ପାରୁ ନାହାନ୍ତି, ତେବେ ପ୍ରତିଦିନ କିଛି ମିନିଟ୍ ଏହି ଗୋଟିଏ ଆସନ କରନ୍ତୁ ଏବଂ ନିଜେ ହିଁ ଅନୁଭବ କରନ୍ତୁ ଏହାର ଉପକାରିତା ।
କିପରି କରିବେ :
- ଆସନ ଉପରେ ଦୁଇ ଗୋଡ଼କୁ ଯୋଡ଼ି ସିଧା ଶୋଇ ରୁହନ୍ତୁ।
- ଦୁଇ ଗୋଡ଼କୁ ୯୦ ଡିଗ୍ରୀ ଉଚ୍ଚତାରେ ଧୀରେ ଧୀରେ ଉଠାନ୍ତୁ। ଏହି ସମୟରେ ଦୁଇ ହାତର ପାପୁଲି ଭୂଇଁକୁ ଲଗାଇ ରଖିବେ।
- ଏହା ପରେ ଦୁଇ ହାତ ସାହାଯ୍ୟରେ ଅଣ୍ଟାର ଦୁଇ ପାଖକୁ ଉପରକୁ ଉଠାନ୍ତୁ। ଏପରି ଉଠାଇବେ ଯେପରି ଶରୀରର ସମସ୍ତ ଭାର କାନ୍ଧ ଉପରେ ରହିବ। ଧ୍ୟାନ ଦେବେ ଗୋଡ଼ ଦୁଇଟି ଯେପରି ସିଧା ଓ ସ୍ଥିର ରୁହେ।
- ଦୁଇ ଆଖିର ନଜର ପାଦର ବୁଢ଼ା ଆଙ୍ଗୁଠିରେ ରଖିବେ। ଏହି ଆସନରେ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ରୁହନ୍ତୁ।
- କିଛି ସମୟ ପରେ ପ୍ରଥମେ ଧୀରେ ଆଗ ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗି ତଳକୁ ଖସାନ୍ତୁ ଓ ପରେ ପୁରା ଶରୀରକୁ ଖସାଇ ପୂର୍ବ ପରି ସିଧା ଶୋଇ ରୁହନ୍ତୁ।
- ଏହା କରିସାରିଲା ପରେ ଅନୁଭବ କରନ୍ତୁ ଆପଣଙ୍କ ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟାଙ୍ଗରେ କିଭଳି ପ୍ରଭାବ ପକାଉଛି।ଏହି ଆସନ ଦ୍ୱାରା ଆହୁରି ଅନେକ ଲାଭ ମିଳିଥାଏ –
ଭଲ ଶ୍ୱାସକ୍ରିୟା, ହଜମ ଶକ୍ତି ଏବଂ ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହୁଏ।
- ଥାଇରଏଡ୍ ସମସ୍ୟା ଦୂର ହୁଏ।
- ପ୍ରତିଦିନ ଅଭ୍ୟାସ ଦ୍ୱାରା ଶରୀର ଓଜନ ଅଧିକ କିମ୍ବା କମ୍ ଥିଲେ ଏଥିରେ ନିୟନ୍ତ୍ରଣ ଆଣେ ଏବଂ ଦୃଷ୍ଟି ଶକ୍ତି ବଢ଼ାଏ।
- କେଉଁମାନେ ଏହି ଆସନକୁ କରିବା ମନା :ଉଚ୍ଚ ରକ୍ତଚାପ, ହୃଦ୍ ସମସ୍ୟା, ସ୍ପଣ୍ଡିଲାଇଟିସ୍ ଓ ଅଧିକ ବୟସ ବ୍ୟକ୍ତି ଏହି ଆସନ କରିବେ ନାହିଁ
Powered by Froala Editor