ବଦ୍ରିନାଥରେ ତୁଷାରପାତ ଆରମ୍ଭ, ବନ୍ଦ ହେଲା ଗଣେଶ ଗେଟ୍
ନଭେମ୍ବର ୧୯ରୁ ବନ୍ଦ ରହିବ ବଦ୍ରିନାଥଙ୍କ ଦର୍ଶନ । ତେଣୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ପାଗ ପରିବର୍ତ୍ତନ ଯୋଗୁଁ ତୁଷାରପାତ ବି ଆରମ୍ଭ ହୋଇଗଲାଣି । ୧୦ ଡିଗ୍ରୀ ଯାଏ ତାପମାତ୍ରା ଖସିଗଲାଣି । ପରିସ୍ଥିତିକୁ ନଜରରେ ରଖି ମନ୍ଦିର କର୍ତ୍ତୃପକ୍ଷ ଗଣେଶ ଗେଟ୍ ବନ୍ଦ କରିଛନ୍ତି ।
ଦୈନିକ ଶହଶହ ଯାତ୍ରୀ ବଦ୍ରିନାଥଙ୍କ ଦର୍ଶନ କରୁଛନ୍ତି। ତୁଷାରପାତ ଓ ଅସହ୍ୟ ଥଣ୍ଡା ଯୋଗୁ ମଙ୍ଗଳବାର ଗଣେଶ ମନ୍ଦିରର କବାଟ ବନ୍ଦ ହେଉଛି। ଏହା ସହ ଅନ୍ୟ ମନ୍ଦିରର କବାଟ ବନ୍ଦ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ। ତେବେ ଚଳିତବର୍ଷ ଯାତ୍ରୀ ସଂଖ୍ୟା ଅଧିକ ଥିବାରୁ ଏଥିର କବାଟ ବନ୍ଦ ବେଳକୁ ମଧ୍ୟ ତୀର୍ଥଯାତ୍ରୀ ସଂଖ୍ୟା ଢେର ଥିବ ବୋଲି ଆକଳନ କରାଯାଉଛି।
ଏଣୁ ମଙ୍ଗଳବାର ବଦ୍ରିନାଥ ଧାମରେ ପଞ୍ଚପୂଜା ଆରମ୍ଭ ହୋଇଛି। ବଦ୍ରିନାଥ ଧାମରେ ନଗର ପଞ୍ଚାୟତ ପକ୍ଷରୁ ମୁଖ୍ୟ ଛକରେ କାଠ ଜାଳି ଯାତ୍ରୀଙ୍କୁ ଉଷୁମ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ବଦ୍ରିନାଥ ଧାମର ଧର୍ମାଧିକାରୀ ରାଧାକୃଷ୍ଣ ଥପଲିୟାଲ ଏହି ସୂଚନା ଦେଇଛନ୍ତି।
Powered by Froala Editor