ଖାଦ୍ୟରେ ପୋକ ଦେଖି ଅଭିଯୋଗ କଲେ ପିଲା : ପ୍ରିନ୍ସପାଲ କହିଲେ ଚୁପ୍ଚାପ ଖାଅ, ପୋକରେ ଭିଟାମିନ୍ ଅଛି
![ଖାଦ୍ୟରେ ପୋକ ଦେଖି ଅଭିଯୋଗ କଲେ ପିଲା : ପ୍ରିନ୍ସପାଲ କହିଲେ ଚୁପ୍ଚାପ ଖାଅ, ପୋକରେ ଭିଟାମିନ୍ ଅଛି](https://odishanewslens.com/news_gallery/17558_1668365270.jpg)
ବିହାରର ବୈଶାଲୀ ଜିଲ୍ଲାରେ ପିଲାଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଖବର ବିଷୟରେ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋକା ମିଶା ଖାଦ୍ୟ ଖାଇବାକୁ କହିଥିଲେ ସ୍କୁଲର ପ୍ରିନ୍ସିପାଲ। ପ୍ରିନ୍ସିପାଲ କହିଥିଲେ ଯେ, ପୋକରେ ଭିଟାମିନ ଥାଏ। ଚୁପଚାପ ଖାଇଦିଅ। ଯେତେବେଳେ ଛାତ୍ରଛାତ୍ରୀମାନେ ଏପରି କରିବାକୁ ମନା କରିଦେଲେ, ପ୍ରିନ୍ସିପାଲ ସେମାନଙ୍କ ମଧ୍ୟରୁ ଜଣଙ୍କର ହାତ ଭାଙ୍ଗିଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଏନେଇ ହଙ୍ଗାମା ହେବା ପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ଅନୁସନ୍ଧାନ କରାଯାଉଛି।
ଉକ୍ତ ବିଦ୍ୟାଳୟରେ ଶନିବାର ମଧ୍ୟ ଭୋଜନ ଦିଆ ଯାଇଥିଲା। କିନ୍ତୁ ଛାତ୍ରଛାତ୍ରୀମାନେ ଯେତେବେଳେ ଖାଦ୍ୟ ଖାଇବାକୁ ବସିଲେ, ସେତେବେଳେ ସେମାନେ ଭାତରେ ପୋକ ଦେଖିଥିଲେ। ପୋକ ଦେଖି ପିଲାମାନେ ପ୍ରିନ୍ସିପାଲ୍ ମୋ. ମିସୱାଦ୍ଦିନଙ୍କୁ ଏ ବିଷୟରେ ଜଣାଇଥିଲେ। ଘଟଣା ବିଷୟରେ ଜାଣି ବି ପୋକରେ ଭିଟାମିନ ଥାଏ, ଚୁପଚାପ ଖାଇଦିଅ ବୋଲି କହିଥିଲେ ମିସୱାଦ୍ଦିନ। ହେଲେ ପିଲାମାନେ ଖାଦ୍ୟ ଖାଇବାକୁ ମନା କରିବାରୁ ମିସୱାଦ୍ଦିନ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।
Powered by Froala Editor