ହଲିଡେ’ ଟ୍ରିପ୍ ରେ କରୋନା ହମ୍ଲା : ୮୦୦ ଯାତ୍ରୀ ଆକ୍ରାନ୍ତ
![ହଲିଡେ’ ଟ୍ରିପ୍ ରେ କରୋନା ହମ୍ଲା : ୮୦୦ ଯାତ୍ରୀ ଆକ୍ରାନ୍ତ](https://odishanewslens.com/news_gallery/17540_1668281628.jpg)
ଅଷ୍ଟ୍ରେଲିଆର ମେଜେଷ୍ଟିକ୍ ପ୍ରିନ୍ସେନ କ୍ରୁଜ୍ରେ ୮୦୦ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଛି । ଜାହାଜଟିକୁ ଅଷ୍ଟ୍ରେଲିଆର ସିଡନୀରେ ଡକ୍ କରାଯାଇଛି । ବିବିସିର ରିପୋର୍ଟ ଅନୁସାରେ ହଲିଡେ’ ଟ୍ରିପ୍ ପାଇଁ ନ୍ୟୁଜିଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ମାଜେଷ୍ଟିକ ପ୍ରିନ୍ସସେସ୍ କ୍ରୁଜ୍ । ଏହି କ୍ରୁଜରେ ପ୍ରାୟ ୪୬୦୦ ଯାତ୍ରୀ ଏବଂ ଚାଳକ ଥିଲେ । ଏଥିରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏତେ ବଡ ସଂଖ୍ୟାରେ କରୋନା ପଜିଟିଭ ସାମ୍ନାକୁ ଆସିବା ପରେ ଜାହାଜ ଭିତରେ ଆତଙ୍କ ଖେଳିଯାଇଛି। ଫଳରେ ଅଧାରାସ୍ତାରେ ସିଡ୍ନୀ ସହରରେ କ୍ରୁଜକୁ ଅଟକାଇବାକୁ ପଡିଛି।
ତେବେ ଆକ୍ରାନ୍ତଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ଯେଉଁମାନେ କ୍ୱାରେଣ୍ଟିନ ପରିୟଡରେ ରହିବେ ସେମାନଙ୍କୁ ଜାହାଜର କର୍ମଚାରୀ ସହାୟତା ପ୍ରଦାନ କରିବେ ବୋଲି କମ୍ପାନି ଘୋଷଣା କରିଛି । ଖୁବଶୀଘ୍ର ମେଲବର୍ଣ୍ଣ ପାଇଁ ଯାତ୍ରା ଆରମ୍ଭ କରିବ ।
ଅଷ୍ଟ୍ରେଲିଆ କ୍ରୁଜ କାର୍ନିଭାଲ୍ ସଭାପତି ମାରଗୁଏରିଟ୍ ଫିଟଜଗେରାଲ୍ଡ କହିଛନ୍ତି, ଏହି ହଲିଡେ’ ଟ୍ରିପ୍ ୧୨ ଦିନର ଥିଲା। ଏହି ଟ୍ରିପ୍ରେ ବହୁ ସଂଖ୍ୟକ ଯାତ୍ରୀ ସାମିଲ ହୋଇଥିଲେ। ତେବେ କରୋନା ଯାଞ୍ଚ ବେଳେ ଅଧିକାଂଶ ପଜିଟିଭ ଚିହ୍ନଟ ହୋଇଛନ୍ତି।
Powered by Froala Editor