ଦିଲ୍ଲୀରେ ଭୂକମ୍ପ : ଥରିଲା ନୋଏଡା, ଗାଜିଆବାଦ
![ଦିଲ୍ଲୀରେ ଭୂକମ୍ପ : ଥରିଲା ନୋଏଡା, ଗାଜିଆବାଦ](https://odishanewslens.com/news_gallery/17539_1668280338.jpg)
ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ଥରିଛି। ଶନିବାର ସନ୍ଧ୍ୟା ୭ଟା ୫୭ରେ ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରାୟ ୫୪ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୫.୪ ମପା ଯାଇଛି। ଦିଲ୍ଲୀ, ନୋଏଡା, ଗାଜିଆବାଦ, ବିଜନୌର ସହିତ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ନେପାଳର ସିଲଙ୍ଗାରେ ଥିବା କୁହାଯାଇଛି।
ତେବେ ଭୂମିକମ୍ପ ଯୋଗୁ ଅଚାନକ କ୍ଷୟକ୍ଷତିର ସୂଚନା ମିଳି ନାହିଁ। ଶନିବାର ଅପରାହ୍ନରେ ପ୍ରଥମେ ଉତ୍ତରାଖଣ୍ଡରେ ମୃଦୁ ଭୂମିକମ୍ପ ହୋଇଥିଲା। ସନ୍ଧ୍ୟାରେ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡରେ ସନ୍ଧ୍ୟାରେ ଦ୍ୱିତୀୟବାର କମ୍ପନ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୫.୪ ମପା ଯାଇଛି।
Powered by Froala Editor