ଡିସେମ୍ବର ୭ରୁ ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୭ରୁ ୨୯ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ । କିଭଳି ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ, ସେ ନେଇ ତା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ଏଥର ମୁଖ୍ୟ ଏଜେଣ୍ଡା ରହିବ । ବିରୋଧୀ କଂଗ୍ରେସ ଏଥର ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରେ । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିବେ । ତେଣୁ ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।
ନିକଟରେ କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ, ନୂତନ ସଂସଦ ଭାବରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସରକାରଙ୍କ ଦାବି ଥିଲା ଏହି ପ୍ରକଳ୍ପ ନଭେମ୍ୱର ସୁଦ୍ଧା ଶେଷ ହେବ ଏବଂ ସଂସଦର ଶୀତକାଳୀନ ଅଧିବେଶନ ନୂଆ ସଂସଦ ଭବନରେ ହେବ । ତେବେ ସୂତ୍ର ଅନୁସାରେ, ସଂସଦର ଶୀତକାଳୀନ ଅଧିବେଶନ ପୁରୁଣା ଭବନରେ ହିଁ ହେବ।
Powered by Froala Editor