ନୂଆଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶ ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଚଳିତ ଥର ନୂଆକରି ଭୋଟ୍ ଦେଉଥିବା ତରୁଣମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ହିମାଚଳ ପ୍ରଦେଶ ବିଧାନସଭାର ସମସ୍ତ ଆସନ ନିମନ୍ତେ ଭୋଟ୍ ଗ୍ରହଣ ଦିନ। ଗଣତନ୍ତ୍ରର ଏଇ ମହୋତ୍ସବରେ ପୂର୍ଣ୍ଣ ଉଚ୍ଛ୍ବାସରେ ଭାଗ ନେଇ ମତଦାନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିବା ଲାଗି ଦେବଭୂମିର ସମସ୍ତ ଭୋଟର୍ମାନଙ୍କୁ ମୋର ଅନୁରୋଧ। ଏହି ଅବସରରେ ନୂଆ କରି ଭୋଟ୍ ଦେଉଥିବା ରାଜ୍ୟର ତରୁଣମାନଙ୍କୁ ମୋର ବିଶେଷ ଶୁଭେଚ୍ଛା।
ନିର୍ବାଚନ କମିସନ୍ ହିସାବ ଅନୁସାରେ, ୨୭,୩୭,୮୪୫ ମହିଳା, ୨୮,୫୪,୯୪୫ ପୁରୁଷ ଏବଂ ୩୮ କିନ୍ନରଙ୍କ ସମେତ ସମୁଦାୟ ୫୫,୯୨,୮୨୮ଜଣ ଭୋଟର୍ ୪୧୨ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ। ଏଥର ଅରୁଣାଚଳ ନିର୍ବାଚନରେ ୨୪ଜଣ ମହିଳା ପ୍ରାର୍ଥିନୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଆଜି ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୫ଟାରେ ଶେଷ ହେବ। ଆଜି ଜଣେ ସରକାରୀ ଅଧକାରୀ କହିଛନ୍ତି ଯେ, ଚମ୍ବା ଏବଂ କିନ୍ନୁର ସମେତ ଲାହୌଲ୍ ଏବଂ ସ୍ପିତି ଜିଲ୍ଲାର ୧୪୦ଟି ମତଦାନ କେନ୍ଦ୍ର ତୁଷାରପାତ ଅଧ୍ୟୁଷିତ ଅଞ୍ଚଳ। ୬୮ ଆସନ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ।
Powered by Froala Editor