ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ୟ୍ୟକାଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ୟ୍ୟକାଳ ପୁଣିଥରେ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଶ୍ରୀ ମିଶ୍ର ଏବେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି । ଗତବର୍ଷ ସେ ସରକାରୀ ଚାକିରିରୁ ଅବସର ନେବାର ଠିକ୍ ଦିନକ ପରେ ନଭେମ୍ବର ପହିଲାରେ ରାଜ୍ୟ ସରକାର ତାଙ୍କୁ ଏହି ପଦବୀରେ ଥଇଥାନ କରିଥିଲେ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପିରଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ୟ୍ୟକାଳ ବା ଚୁକ୍ତି ଅବଧିକୁୁ ପୁଣିଥରେ ୧ବର୍ଷ ବୃଦ୍ଧି କରାଯାଇଛି । ୨୦୧୪ ଅଗଷ୍ଟ ମାସରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ନିୟମ ଅନୁସାରେ ତାଙ୍କୁ ପୁନଃନିଯୁକ୍ତି ମିଳିଛି ଓ ସରକାରୀ ସୁବିଧାସୁଯୋଗ ପାଇବାକୁ ହକଦାର ହେବେ।
Powered by Froala Editor