ଟ୍ରକ ଧକ୍କାରେ ଦୁଇ ଯୁବକ ମୃତ

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଜୟଚନ୍ଦ୍ରପୁର-କଳାଗଡ ଛକ ମଧ୍ୟସ୍ଥଳୀରେ ଏକ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଦୁଇ ଯୁବକ ହେଲେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଗ୍ରାମର କରୁଣାକର ଦାଶଙ୍କ ପୁଅ ଚର୍ତୁଭୁଜ ଦାଶ(୨୯) ଏବଂ ରଞ୍ଜନ ଶତପଥିଙ୍କ ପୁଅ ମହେନ୍ଦ୍ର ଶତପଥୀ(୩୨) । ଚର୍ତୁଭୂଜ ଓ ମହେନ୍ଦ୍ର ଜଗସିଂହପୁର ଜିଲ୍ଲା ପାରାଦ୍ୱୀପରୁ ବାଲିଯାତ୍ରା ଦେଖି ଶୁକ୍ରବାର ବିଳମ୍ବିତ ରାତିରେ ବାଇକରେ ଫେରୁଥିବା ବେଳେ ଏକ ଟ୍ରକ ଧକ୍କାଦେଇ ଫେରାର ହୋଇଯାଇଥିଲା । ଦୃଘଟଣାର ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
Powered by Froala Editor