ଗୁଜରାଟ ବିଧାନସଭା ନିର୍ବାଚନ : ଷ୍ଟାର ପ୍ରଚାରକ ତାଲିକାରେ ନୀତିନ ଗଡକରୀ, ଆଦିତ୍ୟନାଥଙ୍କ ନାଁ
![ଗୁଜରାଟ ବିଧାନସଭା ନିର୍ବାଚନ : ଷ୍ଟାର ପ୍ରଚାରକ ତାଲିକାରେ ନୀତିନ ଗଡକରୀ, ଆଦିତ୍ୟନାଥଙ୍କ ନାଁ](https://odishanewslens.com/news_gallery/17511_1668196765.jpg)
ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦମନ୍ତ୍ରୀ ଅମିତ୍ ଶାହା, ରାଜନାଥ ସିଂ, ନୀତିନ ଗଡ଼କରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ନେତା ଷ୍ଟାର ପ୍ରଚାରକ ରହିଛନ୍ତି।
ସେହିପରି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ୍ ହୋଇଥିବା ବେଳେ ଉଭୟ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଭୋଜପୁରୀ ଅଭିନେତା ଗାୟକ ତଥା ସାଂସଦ ମନୋଜ ତିୱାରୀ, ରବି କିଶାନ, ଦିନେଶ ଲାଲ୍ ଯାଦବ, ନିରହୁଆ ମଧ୍ୟ ଗୁଜରାଟ ପାଇଁ ପ୍ରଚାର କରିବାକୁ ଯିବେ । ଏମାନେ ବି ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛନ୍ତି।
Powered by Froala Editor