ଶିଳ୍ପା ସେଟ୍ଟୀଙ୍କ ପୂରା ପରିବାର କରୋନା ଆକ୍ରାନ୍ତ
ବି-ଟାଉନର ନାୟିକା ଶିଳ୍ପା ସେଟ୍ଟିଙ୍କ ପୂରା ପରିବାର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା, ପୁଅ ବିବାନ୍, ଝିଅ ସମୀକ୍ଷା, ଶାଶୁ, ଶ୍ୱଶୁର ଓ ତାଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ତାଙ୍କ ଘରେ କାମ କରୁଥିବା ଦୁଇଜଣ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବାରର ସମସ୍ତେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଶିଳ୍ପାଙ୍କ ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିଲା । ତେଣୁ ସମସ୍ତେ ଘରେ ସଙ୍ଗରୋଧରେ ରହିଥିଲେ । ଇତି ମଧ୍ୟରେ ଧୀରେ ଧୀରେ ତାଙ୍କ ପତି ରାଜଙ୍କର ସଙ୍ଗରୋଧ ସମୟ ଶେଷ ହୋଇ ଆସୁଥିବା ଶିଳ୍ପା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ତାଙ୍କ ପତିଙ୍କ ସହ ଶିଳ୍ପା ଏକ ମଜାଦାର ଅନ୍ଦାଜରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ରୋମାନ୍ସ ମଝିରେ କେବଳ ଏକ ଗ୍ଲାସ୍ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋରେ ଶିଳ୍ପା କରୋନା ପ୍ୟାର ହୈ କ୍ୟାପସନ ଦେଇଛନ୍ତି । ଏହା ସହିତ ଜନସାଧାରଣଙ୍କୁ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
Powered by Froala Editor