ଏଣିକି ବାହାଘରରେ ଭୋଜି ନୁହେଁ,ଖାଦ୍ୟ ପୁଡ଼ିଆ

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । କରୋନା ପାଇଁ ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ନିଦେ୍ର୍ଧଶ ଦିଆଯାଇଛି । ତେବେ ଏହା ରାଜ୍ୟର ସବୁ ଅଞ୍ଚଳରେ ନୁହେଁ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଦେ୍ର୍ଧଶ ଦିଆଯାଇଛି । ଗଞ୍ଜାମ କୋଭିଡ କଟକଣାରେ ଆଉ କିଛି ନୂଆ ନିୟମ ଲାଗୁ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲାପାଳ ନୂଆ ନିୟମ ଲାଗୁ କରିଛନ୍ତି । ବିବାହ ଉତ୍ସବରେ ୧୦୦ ଜଣ ଅତିଥିଙ୍କ ଉପସ୍ଥିତି ଲାଗି ଅନୁମତି ଦିଆଯାଇଛି । ଏଥିସହ ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ନିଦେ୍ର୍ଧଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦେଶକୁ ଉଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅପରପକ୍ଷେ ଜିଲାରେ ସୋମବାର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୧୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୧ହଜାର ୭୧୪ଜଣ ସୁସ୍ଥ ହୋଇଛନ୍ତି ।