ଦୁଃଖଦ : ଋଣ ବୋଝରେ ବିଷ ପିଇଲେ ପୂରା ପରିବାର
![ଦୁଃଖଦ : ଋଣ ବୋଝରେ ବିଷ ପିଇଲେ ପୂରା ପରିବାର](https://odishanewslens.com/news_gallery/17485_1668107815.jpg)
ଋଣ ବୋଝରେ ଲଦି ହୋଇଯାଇଥିଲା ଦିନରାତି । ଖାଲି ଯୁଆଡେ ଗଲେ ଲୋକେ ଟଙ୍କା ମାଗୁଥିଲେ । ଅଧିକ ଟଙ୍କା ରୋଜଗାରର ବି ବାଟ ମିଳୁନଥିଲା । ଏମିତିରେ ଗୋଟିଏ ପରିବାରର ୬ ସଦସ୍ୟ ବିଷ ପିଇଦେଇଛନ୍ତି । ଏପରି ହୃଦୟ ବିଦାରକ ଘଟଣା ବିହାରର ନବାଦା ନଗର ଥାନା ଅଧୀନ ନ୍ୟୁ ଏରିଆ ଅଞ୍ଚଳରେ ହୋଇଛି। ଏକସଙ୍ଗେ ବାପମା’ଙ୍କ ସମେତ ୪ ପୁଅଝିଅ ବିଷ ପିଇଦେଲେ।
ମୃତକମାନେ ହେଲେ ଘରର ମୁଖିଆ କେଦାର ଲାଲ ଗୁପ୍ତା, ପତ୍ନୀ ଅନିତା କୁମାରୀ, ପୁଅ ପ୍ରିନ୍ସ କୁମାର, ଝିଅ ଶବନମ କୁମାରୀ ଓ ଗୁଡ଼ିଆ କୁମାରୀ । କେଦାର ଲାଲଙ୍କ ଆଉ ଜଣେ ଝିଅ ସାକ୍ଷୀଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ପାଟନା ମେଡିକାଲରେ ଭର୍ତ୍ତି କରାଯାଇଛି।
ବିଷ ପିଇବା ପରେ ଗୁରୁତର ଥିବା କେଦାରଲାଲଙ୍କୁ ପୁଲିସ୍ ପଚରାଉଚରା କରିବାରୁ ମୋ’ ମୁଣ୍ଡ ଉପରେ ୧୦-୧୨ ଲକ୍ଷ ଟଙ୍କାର କରଜ ରହିଛି। ଯାହାକୁ ଶୁଝି ନ ପାରିବାରୁ ଆମେ ସମସ୍ତେ ଏକମତ ହୋଇ ବିଷ ପିଇଛୁ ବୋଲି କହିଥିଲେ।
କେଦାର ଲାଲଙ୍କର ବିଜୟ ବଜାରରେ ଏକ ଫଳ ଦୋକାନ ରହିଛି। ହେଲେ ପରିବାର ଚଳାଇବା ପାଇଁ ଏହି ରୋଜଗାର ଯଥେଷ୍ଟ ନ ହେବାରୁ ସେ ବହୁ ଲୋକଙ୍କଠାରୁ ପ୍ରବଳ ଧାରକରଜ କରି ଦେଇଥିଲେ। ତୁରନ୍ତ ଧାର ଟଙ୍କା ନ ଫେରାଇଲେ, ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ବି ମିଳୁଥିଲା। କରଜ ବୋଝ ତଳେ ଚାପି ହୋଇ ଯାଇଥିବା ପରିବାର ସଦସ୍ୟ ଶେଷରେ ଚରମ ନିଷ୍ପତ୍ତି ନେଲେ।
Powered by Froala Editor