ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢ଼ାଉ

କେସିଙ୍ଗ: ରାଜ୍ୟରେ ଚର୍ଚ୍ଚିତ ଲେଡି ବ୍ଲାକମେଲର ବେଆଇନ ଆର୍ଥିକ କାରାବର ନେଇ ଇଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିବା ଖବର ଜଣାପଡିଛି । ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ଅର୍ଚ୍ଚନା ନାଗଙ୍କ ପୈତୃକ ଘରକୁ ମଧ୍ୟ ଇଡି ପକ୍ଷରୁ ମଧ୍ୟ ଚଢାଉ କରାଯାଇଛି । ଘରର ବାହାରେ ସିଆରପିଏଫଙ୍କ କଡ଼ା ସୁରକ୍ଷା ବଳୟ ଭିତରେ ଇଡି ବିଭାଗର ଅଧିକାରୀ ମାନେ ଘର ଭିତରକୁ ପଶିଥିବା ବେଳେ କେତେ ଜଣ ଭିତରକୁ ପଶି କ’ଣ ତଦନ୍ତ କରୁଛନ୍ତି ତାହା ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ସୂଚନା ମୁତାବକ, ଆଜି ସକାଳେ କେସିଙ୍ଗା ସ୍ଥିତ ଅର୍ଚ୍ଚନା ନାଗଙ୍କ ପୈତୃକ ଘରକୁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ଅନ୍ୟପଟେ ଭବନେଶ୍ୱର ସତ୍ୟ ବିହାରସ୍ଥିତ ଘରେ ମଧ୍ୟ ଇଡିର ୫ ଜଣିଆ ଟିମ୍ ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍ ବାହିନୀ ନିୟୋଜିତ ରହିଛନ୍ତି । ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି।
Powered by Froala Editor