ଟିକା ପାଇଁ ଗଠନ ହେଲା ୧୨ ଜଣିଆ ଡାକ୍ତରୀ କମିଟି

ଭୁବନେଶ୍ୱର : ରାଜ୍ୟରେ ୧୮-୪୪ବର୍ଷର ଲୋକଙ୍କ ଟିକାକରଣ କିଭଳି ଠିକଣା ଢଙ୍ଗରେ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଏକ ୧୨ଜଣିଆ ଡାକ୍ତରୀ ଟିମ ଗଠନ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡା. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । କମିଟି ଟିକାକରଣ ଓ ଆଗାମୀ ଦିନରେ କରୋନା ଲହର ସଂପର୍କରେ ରାଜ୍ୟ ସରକାରଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବ ବୋଲି କୁହାଯାଇଛି । ଡିଏମଇଟି ପ୍ରଫେସର ଡା. ସିବିକେ ମହାନ୍ତି କମିଟିର ଆବାହକ ଅଛନ୍ତି । ଏହାସହ ବେଙ୍ଗାଲୁରୁସ୍ଥିତ ନାରାୟଣ ହୃଦୟାଳୟ ହେଲଥ ଗ୍ରୁପର ଅଧ୍ୟକ୍ଷ ଡା. ଦେବୀ ସେଟ୍ଟୀ, ମୁମ୍ବାଇସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚୁ୍ୟଟର ନିର୍ଦେଶକ ଡା. ରମାକାନ୍ତ ପଣ୍ଡା, କିଟ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସେଲର ଡା. ସୁବ୍ରତ ଆଚାର୍ଯ୍ୟ, ଆଇସିଏମଆର ଉପ-ମହାନିର୍ଦେଶକ ଡା. ଲଲିତ କାନ୍ତ, ଡା. ମୃଦୁଳା ଫଡକୋ, ଏସସିବି ମେଡିକାଲ କଲେଜ ପ୍ରନ୍ସିପାଲ ଓ ଡିନ ଡା. ଦତ୍ତେଶ୍ୱର ହୋତା, ସମ୍ ହସ୍ପିଟାଲ କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ, ଆରଏମଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡା.ଅଜୟ ପରିଡ଼ା ସଦସ୍ୟ ରହିଛନ୍ତି ।
Powered by Froala Editor