ଶପଥ ନେଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼
ଦେଶର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ସେ ଦେଶର ସିଜେଆଇ ଭାବେ ଦୀର୍ଘ ୨ ବର୍ଷ ଧରି କାମ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ନଭେମ୍ବର ୧୦ରେ ଶେଷ ହେବ।
ଶପଥ ଗ୍ରହଣ ସମାରୋହ ପରେ ଗଣମାଧ୍ୟମକୁ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ସିଜେଆଇ କହିଛନ୍ତି,’ସାଧାରଣ ନାଗରିକଙ୍କ ସେବା କରିବା ମୋର ପ୍ରାଥମିକତା’। ରେଜିଷ୍ଟ୍ରୀ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସୁଧାର ନେଇ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ‘ମୋର ଶବ୍ଦଠାରୁ ଅଧିକ ମୋ କାମ କହିବ’।
ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବାପା ଜଷ୍ଟିସ ୱାଭି ଚନ୍ଦ୍ରଚୂଡ଼ ମଧ୍ୟ ଭାରତର ସବୁଠାରୁ ଅଧିକ ସମୟ ସିଜେଆଇ ଭାବେ କାମ କରିଥିଲେ। ସିନିୟର ଚନ୍ଦ୍ରଚୂଡ଼ ୧୯୭୮ ମସିହା ଫେବୃଆରୀ ୨୨ରୁ ୧୯୯୫ ମସିହା ଜୁଲାଇ ୧୧ ଯାଏ ଦେଶର ପ୍ରଧାନ ବିଚାରପତି ରହିଥିଲେ। ଏବେ ତାଙ୍କ ପୁଅ ଜଷ୍ଟିସ ଚନ୍ଦ୍ରଚୂଡ଼ ମଧ୍ୟ ୨ ବର୍ଷ ପାଇଁ ସିଜେଇଆଇ ଭାବେ କାମ କରିବେ। ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ ଅଯୋଧ୍ୟା ବିବାଦ, ଗୋପନୀୟତା ଅଧିକାର ପରି ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ସଦସ୍ୟ ଥିଲେ ।
Powered by Froala Editor