୨୦ ଦିନର ଶିଶୁକୁ ହତ୍ୟା କଲା ମା’

ଜଣେ ମା’ କିପରି ଏତେ ନିଷ୍ଠୁର ହୋଇପାରେ । ଅସୁସ୍ଥ ଥିବା ଝିଅକୁ ତଣ୍ଟି ଚିପି ହତ୍ୟା କରିଦେବ । କିନ୍ତୁ ରାଗରେ ପରମ ଚଣ୍ଡାଳ ତାହା ସମସ୍ତେ ଜାଣନ୍ତି । ରାଗରେ ଚିଡଚିଡ ହୋଇ ଜଣେ ୨୬ ବର୍ଷୀୟ ମହିଳା ଏପରି କାଣ୍ଡ ଘଟାଇଛନ୍ତି । ମାତ୍ର ୨୦ ଦିନର ଅସୁସ୍ଥ ଶିଶୁକୁ ତଣ୍ଟି ଚିପି ହତ୍ୟା କରିଛି ମା’ । ମହାରାଷ୍ଟ୍ରର ଅକୋଲାରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି।
ପୁଲିସ୍ କହିଛି ଯେ ୱାଡି ଆମଦପୁର ଗାଁରେ ରହୁଥିବା ୨୬ ବର୍ଷୀୟ ମହିଳା ତା’ର ଜଣେ ସମ୍ପର୍କୀୟଙ୍କ ସହ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଗତ ମାସରେ ତେଲହାରା ଗ୍ରାମଣୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତା’କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। ତେବେ ହସ୍ପିଟାଲରେ ଶିଶୁକନ୍ୟା ପହଞ୍ଚିଲା ବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ପ୍ରାଥମିକ ଅବସ୍ଥାରେ ଅସୁସ୍ଥତା କାରଣରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା। ତେବେ ଶବବ୍ୟବଚ୍ଛେଦ ପରେ ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।
ହେଲେ ମା’ ଜଣ କାହିଁକି ଏପରି କାଣ୍ଡ ଭିଆଇଲା, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ବାରମ୍ବାର ଅସୁସ୍ଥତା କାରଣରୁ ଝିଅକୁ ସେ ହତ୍ୟା କରିଥିବା କୁହାଯାଉଛି।
Powered by Froala Editor