ରାଜ୍ୟରେ କରୋନା ନେଲା ୨୨ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୨୨ ଜଣଙ୍କ ପ୍ରାଣହାନୀ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୩୩୫ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨, ବୌଦ୍ଧରେ ୩, ଗଜପତିରେ ୧, ଖୋର୍ଦ୍ଧାରେ ୩, କୋରାପୁଟରେ ୩, ନୂଆପଡ଼ାରେ ୩, ପୁରୀରେ ୧, ରାୟଗଡ଼ାରେ ୩ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ହୋଇଛି ।
ଅପରପକ୍ଷରେ ରାଜ୍ୟରେ ଆଉ ୧୦୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୪ ହଜାର ୫୩୨ ଜଣ ସୁସ୍ଥ ହୋଇସାରିଛନ୍ତି । ସମ୍ପ୍ରତି ୧ ଲକ୍ଷ ୬ ହଜାର ୬୧ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
Powered by Froala Editor