ମହୁଲପୋଚ ଖାଇ ନିଘୋଡ ନିଦରେ ଶୋଇଲେ ଛୁଆ ହାତୀ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଶିଲିପଦା କାଜୁ ଜଙ୍ଗଲରେ୨ଟି ଛୁଆ ହାତୀ ନିଘୋଡ ନିଦରେ ଶୋଇଛନ୍ତି । ତାଙ୍କ ପାଖରେ ଜଗିଛନ୍ତି ୨୨ ଟିକିଆ ହାତୀପଲ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନିକଟରେ ଏକ ନାଳ ଅଛି । ଯେଉଁଠି ମହିଲ ପୋଚ ରନ୍ଧା ହେଉଛି । ସେଠାରେ ହାତୀପଲ ପଶି ମହୁଲ ଖାଇଛନ୍ତି । ତେବେ ଦୁଇ ଛୁଆ ହାତୀଙ୍କୁ ଏତେ ନିଦ ଘାରିଛି ଯେ, ସେମାନେ ହଲଚଲ ତ ହେଉଛନ୍ତି ହେଲେ ଉଠିପାରୁନାହାନ୍ତି ।
କିଛିଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜରେ ପଶି ଉପଦ୍ରବ ଚଳାଇଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ସକାଳୁ ଏହି ହାତୀପଲ ପାଟଣା ରେଞ୍ଜ ଶିଲିପଦା ଗ୍ରାମ ଜଙ୍ଗଲରେ ଥିବା ଲୋକେ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ଥାନୀୟ ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ କରିବା ପାଇଁ ମହୁଲପୋଚ ରଖିଥିଲେ। ହାତୀପଲ ଉକ୍ତ ମହୁଲ ପୋଚକୁ ଖାଇବା ପରେ ୨ଟି ଛୁଆ ହାତୀ ନିଶାରେ ମାତାଲା ହୋଇ ଶୋଇପଡ଼ିଥିଲେ। ଏପରିକି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ନିଶା ଭାଙ୍ଗି ନଥିଲା। ପରେ ଲୋକମାନେ ଏକାଠି ହୋଇ ହୋହଲ୍ଲା କରିବାରୁ ହାତୀପଲ ସେଠାରୁ ଉଠି ଚାଲି ଯାଇଥିଲେ। ତେବେ ଲୋକଙ୍କ ଏହି ଅଭିଯୋଗକୁ ରେଞ୍ଜର ଘାସିରାମ ପାତ୍ର ଅସ୍ବୀକାର କରିଛନ୍ତି। ହାତୀ ଗୁଡ଼ିକ ରାତିରେ ଜଙ୍ଗଲରେ ବିଶ୍ରାମ ନେଇଥିଲେ ବୋଲି କହିଛନ୍ତି। ହାତୀ ମହୁଲପୋଚ ଖାଇବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ବନବିଭାଗ କହିଛି ଯେ, ବିଲରେ ପଡିଥିବା କୀଟନାଶକ ଖାଇ ଅସୁସ୍ଥ ହୋଇପଡିଥିବା ସନ୍ଦେହ କରାଯାଉଛି । ହାତୀ ଦୁଇଟି ଉଠିଥିବାବେଳେ ନଜର ରଖାଯାଇଛି । ଯଦି କିଛି ହୁଏ ତେବେ ତୁରନ୍ତ ଟ୍ରାକିଂ କରି ଔଷଧ ଦିଆଯିବ ।
Powered by Froala Editor