୩୫୦ କର୍ମଚାରୀଙ୍କୁ ଛଟେଇ କଲା ଅନ୍ଏକାଡେମୀ
କରୋନା ସମୟରେ ବହୁ କମ୍ପାନୀ ଲୋକଙ୍କୁ ଛଟେଇ କରୁଥିଲେ । କିନ୍ତୁ ଏବେ ସ୍ଥିତି ସୁଧୁରିଛି । ଲୋକେ କାମ ପାଇଁ ହଇରାଣ ହେଉନାହାନ୍ତି । ତାସତ୍ତ୍ୱେ ଅନଲାଇନ ଶିକ୍ଷା ଦେଉଥିବା ଏକ ପ୍ଲାଟଫର୍ମ ବହୁ କର୍ମଚାରୀଙ୍କୁ ଛଟେଇ କରିଛି । ଯାହାର ନାଁ ଅନ୍ଏକାଡେମୀ । ଏହି ପ୍ଲାଟଫର୍ମରେ ଏହା ପ୍ରଥମ ଛଟେଇ ନୁହେଁ । ପୂର୍ବରୁ କମ୍ପାନୀ ଛଟେଇ କରିଥିବାବେଳେ ପୁଣି ୩୫୦ କର୍ମଚାରୀଙ୍କୁ ବାହାର କରିଛି । ଅନଏକାଡେମୀର କୋ-ଫାଉଣ୍ଡର ଏବଂ ସିଇଓ ଗୌରବ ମୁଞ୍ଜାଲଙ୍କ ଦ୍ବାରା ପଠାଯାଇଥିବା ଏକ ନୋଟିସ୍ ଅନୁଯାୟୀ, ଅନଏକାଡେମୀ ଚଳିତ ବର୍ଷରେ ଦ୍ବିତୀୟ ଥର ଚାକିରିରୁ କର୍ମଚାରୀଙ୍କୁ ଛଟେଇ କରିବାର ନିଷ୍ପତ୍ତି ନେଇଛି।
କମ୍ପାନୀ ତରଫରୁ କୁହାଯାଇଛି ଯେ, କିଛି ସମୟରୁ ଲଗାତାର କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ମୁଞ୍ଜାଲ କର୍ମଚାରୀଙ୍କୁ ଏନେଇ ଏକ ଚିଠି ଲେଖିବା ସହ ଛଟେଇ ନେଇ ଦୁଃଖପ୍ରକାଶ କରିଛନ୍ତି। ମୁଞ୍ଜାଲ ଆହୁରି ଲେଖିଛନ୍ତି ଯେ, କର୍ମଚାରୀଙ୍କୁ ନୋଟିସ୍ ଅବଧିର ଦରମା ସହ ଦୁଇ ମାସର ଅତିରିକ୍ତ ଦରମା ମଧ୍ୟ ଦିଆଯିବ। ଏହା ସହ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ମେଡିକାଲ ବୀମା କଭର, ପ୍ଲେସମେଣ୍ଟ ଭଳି ସୁବିଧା ମିଳିବ।
ଗୌରବ କର୍ମଚାରୀଙ୍କୁ କ୍ଷମା ମାଗିବା ସହ କହିଛନ୍ତି ଯେ ଏବେ ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଯାଇଛି ତେଣୁ ଆମର ଫଣ୍ଡିଂ କମ୍ ହୋଇଛି ବୋଲି କହିଛନ୍ତି ।
Powered by Froala Editor