ହାଡ ପାଇଁ କ୍ଷତିକାରକ ତମାଖୁ

ଏହା ପ୍ରାୟ ସମସ୍ତେ ଜାଣନ୍ତି, ତମାଖୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ତମାଖୁ ନଖାଇବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ କରିବା ସହ ତମାଖୁ ଠାରୁ ଦୂରେଇ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି କେବଳ କ୍ୟାନସର ଓ ଫୁସଫୁସ ନୁହେଁ ତମାଖୁୁ ଚୋବାଉଥିବା ଲୋକଙ୍କ ଠାରେ ହାଡ ଦୁର୍ବଳ ହେବାର ଗମ୍ଭୀର ରୋଗ ମଧ୍ୟ ଦେଖିବାକୁ ମିଳେ । ମାରାତ୍ମକ ରୋଗ ଅଷ୍ଟିୟୋପୋରୋସିସର ଭୟ ଦେଖିବାକୁ ମିଳେ ଯେଉଁମାନେ ଅଧିକ ତମାଖୁ ଚୋବାଇଥାନ୍ତି । ଏହି ରୋଗ ହେବା ଦ୍ୱାରା ହାଡର ଘନତ୍ୱ କମ୍ ହୋଇଯାଇଥାଏ ।
- ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡୁଛି । ବିଭିନ୍ନ ପ୍ରକାର ରୋଗ ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡୁଛି ।
- ଆଜିକାଲି ତ କମ୍ ବୟସର ଲୋକଙ୍କୁ ମଧ୍ୟ ହାଡ଼ଜନିତ ସମସ୍ୟାର ସାମ୍ନା କରିବାକୁ ପଡୁଛି । ହାଡ଼ ଦୁର୍ବଳ ହେବା ଦ୍ୱାରା ଆଣ୍ଠୁ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ହାଡ ପାଇଁ ବହୁତ କ୍ଷତିକାରକ ତମାଖୁ ଏବଂ ଧୂମପାନର ଅଭ୍ୟାସ ।
- ତମ୍ବାକୁ ଚୋବାଇବା କାରଣରୁ ନୂଆ ହାଡ ତିଆରି କରୁଥିବା କୋଶିକାର ଉପôାଦନ କମ୍ ହୋଇଯାଇଥାଏ । ହାଡର ଏହି ସମସ୍ୟା ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଦେଇଥାଏ । ଏମିତିରେ ଅଷ୍ଟିୟୋପୋରୋସିନ୍ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ।
- ଧୂମପାନ କାରଣରୁ ରୁମେଟିଇଡ ଆର୍ଥରାଇଟିସ ଏବଂ ଅଷ୍ଟିୟୋପୋରୋସିସ୍ ସହିତ ପ୍ରତିରକ୍ଷା ପ୍ରଣାଳୀ ସମସ୍ୟା ବଢ଼ି ଯାଇଥାଏ । ସୁସ୍ଥ ଜୀବନଶୈଳୀକୁ ସର୍ବଦା ରଖିବାକୁ ହେଲେ ଧୂମପାନ ଏବଂ ତମାଖୁ ଛାଡିବା ଦ୍ୱାରା ଅଷ୍ଟିୟୋପୋରୋସିସ ଏବଂ ହାଡ ଓ ଫୁସଫୁସର ଅନେକ ରୋଗକୁ ରୋକାଯାଇହେବ ।
Powered by Froala Editor