‘ମୋତେ ମଧ୍ୟ ଗିରଫ କର’ ବୋଲି ଟ୍ୱିଟ କଲେ ରାହୁଲ

ନୂଆଦିଲ୍ଲୀ : ଦେଶରେ କୋଭିଡ ପରିଚାଳନା ଠିକରେ କରାଯାଉ ନାହିଁ ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ କିଛି ଲୋକ ପୋଷ୍ଟର ମାରିଛନ୍ତି । ପୋଷ୍ଟର ମାରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏବେ ୧୭ ଜଣଙ୍କୁ ଗିରଫ କରିଛି । ଏହି ଗିରଫଦାରୀ ପରେ ଏବେ ରାଜନୀତି ସରଗରମ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଟ୍ୱିଟ କରି ‘ମୋତେ ମଧ୍ୟ ଗିରଫ କର’ ବୋଲି କହିଛନ୍ତି । ଟ୍ୱିଟରେ ଲେଖାଯାଇଛି, ମୋଦୀ ଜୀ, ଆମ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଟିକାକୁ ଆପଣ ବିଦେଶକୁ କାହିଁକି ପଠାଇ ଦେଲେ? ରାହୁଲଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ, ଅଭିଷେକ ସିଂଘଭି ଆଦି ସରକାରଙ୍କୁ ଏହି ମାମଲାରେ ତୀବ୍ର ସମାଲୋଚନା କରିଛନ୍ତି । ତୃଣମୂଳ କଂଗ୍ରେସ ଏବଂ ସିପିଏମ ପକ୍ଷରୁ ମଧ୍ୟ ଏହି ଗିରଫଦାରୀକୁ ବିରୋଧ କରାଯାଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ମୁଁ ବି ପୋଷ୍ଟର ମାରିବି, ମତେ ଗିରଫ କରି ଦେଖାଅ ।
Powered by Froala Editor