ଆଇଏଏସ୍ ଅଧିକାରୀ ଓ ବୈଜ୍ଞାନିକଙ୍କ ଗାଁ ‘ମାଧୋପଟ୍ଟୀ’
କୁହାଯାଏ ଯେମିତି ପରିବେଶରେ ରହିବ ସେମିତି ଚିନ୍ତାଧାରା ହୋଇଯିବ । ଚୋରଙ୍କ ସହ ସଙ୍ଗତିରେ ଚୋର ପାଲଟିବ । ସାଧୁଙ୍କ ସହ ମିଶିଲେ ସାଧୁ । ତେବେ ଏମିତି ଏକ ଗାଁ ବିଷୟରେ ଜାଣିଛନ୍ତି କି? ଯେଉଁଠି ସମସ୍ତେ ଉଚ୍ଚଶିକ୍ଷିତ । କିଏ ଆଇଏଏସ୍ ଅଫିସର ତ କିଏ ବୈଜ୍ଞାନିକ । ପୁଣି କିଏ ପିସିଏସ୍ ଅଧିକାରୀ । ଏହା କୌଣସି କାହାଣୀ ନୁହେଁ । ସତରେ ଏମିତି ଏକ ଗାଁ ଅଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ମøଠାରୁ ପ୍ରାୟ ୩୦୦ କି.ମି ଦୂର ଜୌନପୁର ଜିଲ୍ଲାରେ ।
ମାଧୋପଟ୍ଟୀ ଗାଁ । ଗାଁର କାହାଣୀ ଲୋକଙ୍କୁ ଚକିତ କରେ । ଗାଁର ମାହୋଲ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସନ୍ତି । ଏଠାକାର ଲୋକେ ଦେଶର ବଡ ପଦବିରେ ଅବସ୍ଥାପିତ ହୋଇଛନ୍ତି । ପ୍ରଥମେ ମାଧୋପଟ୍ଟୀ ପଞ୍ଚାୟତ ଥିଲା । ଏବେ ନଗର ପଞ୍ଚାୟତ ହୋଇସାରିଛି ।
ଗାଁର ବାସିନ୍ଦା ରାହୁଲ ସିଂହ ସୋଲଙ୍କି ଗାଁର ଇତିହାସ ବିଷୟରେ ଏକ ଗଣମାଧ୍ୟମକୁ କହିଛନ୍ତି ଏଠାରେ ପ୍ରାୟ ୭୫ ଘର ଅଛି । ୫୧ ଜଣ ଲୋକ ବଡ ପଦବିରେ ଅବସ୍ଥାପିତ ହୋଇଛନ୍ତି । ଗାଁର ୪୦ ଜଣ ଆଇଏଏସ୍, ପିସିଏସ୍, ପିବିଏସ୍ ଅଧିକାରୀ ହୋଇଛନ୍ତି । ଗାଁର ଲୋକେ ଇସ୍ରୋ ଭାବା ଓ ବିଶ୍ୱ ବ୍ୟାଙ୍କରେ ମଧ୍ୟ କାମ କରୁଛନ୍ତି ।
ମାଧୋପଟ୍ଟୀ ଗାଁରୁ ପ୍ରଥମ ଥର ୧୯୫୨ ମସିହାରେ ଡ.ଇନ୍ଦୁପ୍ରକାଶ ଆଇଏଏସ୍ ହେଲେ । ସେ ୟୁପିଏସ୍ସିରେ ୨ୟ ର୍ୟାଙ୍କ ପାଇଥିଲେ । ପ୍ରାନ୍ସ ସମେତ ଅନେକ ଦେଶରେ ସେ ରାଜଦୂତ ରହିଛନ୍ତି । ତାଙ୍କ ପରେ ତାଙ୍କର ୪ ଭାଇ ଆଇଏଏସ୍ ଅଧିକାରୀ ହୋଇଛନ୍ତି । ୧୯୫୫ ମସିହାରେ ବିନୟ କଚମାର ସିଂହ ଆଇଏଏସ୍ ପରୀକ୍ଷାରେ ୧୩ ତମ ର୍ୟାଙ୍କ ହାସଲ କଲେ । ସେ ବିହାରରେ ମୁଖ୍ୟ ସଚିବ ପଦରେ ରହିଥିଲେ । ୧୯୬୪ ମସିହାରେ ଛତ୍ରସାଲ ସିଂହ ଆଇଏଏସ୍ ପାସ୍ କରିଥିଲେ । ଏହାପରେ ଗାଁକୁ ଆଇଏଏସ୍ଙ୍କ କାରଖାଦା ବୋଲି କୁହଯାଉଛି । ଇନ୍ଦୁପ୍ରକାଶଙ୍କ ୪ ଭାଇଙ୍କ ପରେ ତାଙ୍କର ୨ୟ ପିଢି ମଧ୍ୟ ୟୁପିଏସ୍ସି ପରୀକ୍ଷାରେ ପାସ୍ କଲେ ।
ମାଧୋପଟ୍ଟୀ ଗାଁରୁ କେବଳ ପୁରୁଷମାନେ ଅଧିକାରୀ ହୋଇନାହାନ୍ତି, ଝିଅବୋହୂମାନେ ମଧ୍ୟ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଦେଶକୁ ପ୍ରସିଦ୍ଧ ବୈଜ୍ଞାନିକ ଏହି ଗାଁରୁ ଯାଇଛନ୍ତି । ଡ. ନୀରୁ ସିଂହ ଓ ଲାଲେନ୍ଦ୍ର ପ୍ରତାପ ସିଂହ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକ ଅଛନ୍ତି । ଡ. ଜ୍ଞାନୁ ମିଶ୍ରା ଇସ୍ରୋରେ ଅଛନ୍ତି ।
Powered by Froala Editor