ନୂଆଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଛି ଲକଡାଉନ୍ । ମେ’ ୨୪ ସକାଳ ୫ଟା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ । ପୂର୍ବରୁ ଏହା ମେ’ ୧୭ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା ।
କେଜ୍ରିୱାଲ୍ କହିଛନ୍ତି, ଲକଡାଉନ୍ ଲାଗୁ ହେବା ପରେ ଦିଲ୍ଲୀରେ କରୋନା ସ୍ଥିତିରେ ସୁଧାର ଆସିଛି । ଧୀରେ ଧୀରେ ପଜିଟିଭ୍ ସଂଖ୍ୟା କମୁଛି । ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ବାଧ୍ୟ ହୋଇ ଲକଡାଉନ୍ ଅବଧି ବୃଦ୍ଧି କରାଯାଉଛି । ଗତ ୨୪ ଘଣ୍ଟାରେ ୬୫୦୦ ନୂଆ ମାମଲା ବାହାରିଛି । ଏହାସହ ପଜିଟିଭ୍ ରେଟ୍ ଆଉ ୧%ରୁ କମ୍ ହୋଇ ୧୦ ପ୍ରତିଶତ ହୋଇଛି । ଆଶା କରୁଛି ଆଗାମୀ ସପ୍ତାହେ ଭିତରେ ରିକଭରୀ ଅଧିକ ବଢ଼଼ିବ । ତେବେ ଲକଡାଉନ୍ ସମୟରେ ପୂର୍ବଭଳି ଜରୁରି ସେବାକୁ ସରକାର ଅନୁମତି ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ । ଜରୁରି ସେବା ପାଇଁ ପୁଲିସଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁମାନେ କଟକଣା ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେଜ୍ରିୱାଲ୍ ପୁଣି ଚେତାବନୀ ଦେଇଛନ୍ତି । ଏହାବ୍ୟତୀତ ଭ୍ୟାକସିନର ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଟିକା ଯୋଗାଇ ଦେବାକୁ ଦାବି କରିଛନ୍ତି ।
Powered by Froala Editor