ମୋରବି ବ୍ରିଜ ଭାଙ୍ଗିବା ଘଟଣା : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର
![ମୋରବି ବ୍ରିଜ ଭାଙ୍ଗିବା ଘଟଣା : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର](https://odishanewslens.com/news_gallery/17298_1667328744.jpg)
ଗୁଜରାଟ ମୋରବି ସହରରେ ବ୍ରିଜ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ବିଶାଲ ତିୱାରି ନାମକ ଜଣେ ବ୍ୟକ୍ତି ଏହା ଦାୟର କରିଛନ୍ତି । ସେ ପେଶାରେ ଜଣେ ଓକିଲ । ଏହି ଘଟଣାର ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି କରାଯାଇଛି । ଏହାସହ ଦେଶରେ ଥିବା ଐତିହସ୍ଥଳକୁ ଲୋକଙ୍କ ପାଇଁ ନିରାପଦ ବୋଲି ଆକଳନ କରିବାକୁ ଦାବି କରାଯାଇଛି ।
ମୋରବି ପୋଲ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି । ଏବେ ପର୍ଯ୍ୟନ୍ତ ଆଇପିସିର ଭିନ୍ନ ଭିନ୍ନ ଧାରାରେ ଏଫଆଇଆର ଦିଆଯାଇ ୯ ଜଣଙ୍କୁ ଗିରଫ କରାଯାଇଛି । ଏଭଳି ପ୍ରସଙ୍ଗରେ ଦୃଷ୍ଟି ଦେବା ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରିବାକୁ ବି ଦାବି କରାଯାଇଛି ।
Powered by Froala Editor