ଏଣିକି ଛାତ୍ରଛାତ୍ରୀ ପଢ଼ିବେ ‘ଏ’ ଫର୍ ଅର୍ଜୁନ ଓ ‘ସି’ ଫର୍ ଚାଣକ୍ୟ
ଆମେ ପିଲାବେଳେ ପଢି ଆସୁଥିଲେ ‘ଏ’ ଫର୍ ଆପଲ ‘ବି’ ଫର୍ ବଲ୍ । କିନ୍ତୁ ଏବେ ପିଲାଙ୍କୁ ପଢାଯିବ ଆଧ୍ୟାତ୍ମିକ ବିଷୟ । ଯେଉଁଥିରେ ପିଲାମାନେ ‘ଏ’ ଫର ‘ଆପଲ୍’ ନୁହେଁ ବରଂ ‘ଏ’ ଫର ‘ଅର୍ଜୁନ’ ପଢିବେ । ‘ବି’ ଫର ‘ବନାନା’ନୁହେଁ ‘ବି’ ଫର ‘ବଳରାମ’ରୁ ଶିକ୍ଷା ଦିଆଯିବ । ଏଥି ସହିତ, ‘ସି’ ଫର ‘କ୍ୟାଟ୍’ ନୁହେଁ, ପିଲାମାନଙ୍କୁ ‘ସି’ ଫର ଚାଣକ୍ୟ କୁହାଯିବ । ଏହି ସମସ୍ତ ନାମ ଭାରତର ଇତିହାସ ଏବଂ ପୁରାଣ ସହିତ ଜଡିତ ।
ଉତ୍ତରପ୍ରଦେଶର ଲକ୍ଷ୍ନୌର ଅମିନାବାଦ୍ ଇଣ୍ଟର କଲେଜ କର୍ତ୍ତୃପକ୍ଷ ପିଲାଙ୍କ ମଧ୍ୟରେ ପୌରାଣିକ ଓ ଐତିହାସିକ ଜ୍ଞାନ ବଢାଇବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଫଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଲାଗି ନିଷ୍ପତ୍ତି ନିଆଯାଇଛି ।
ଛାତ୍ରମାନଙ୍କୁ ଇଂରାଜୀ ବର୍ଣ୍ଣମାଳାରୁ ଐତିହାସିକ ଏବଂ ପୁରାଣ ଜ୍ଞାନ ଦିଆଯିବ । ଅମିନାବଦ୍ ଇଣ୍ଟର କଲେଜର ପ୍ରିନ୍ସପାଲ୍ ସାହେବ ଲାଲ ମିଶ୍ର କହିଛନ୍ତି ଯେ ଛାତ୍ରମାନଙ୍କ ଭାରତୀୟ ସଂସ୍କୃତି ବିଷୟରେ କମ୍ ଜ୍ଞାନ ଅଛି । ତେଣୁ ସେମାନଙ୍କର ଜ୍ଞାନ ବୁଝାଇବା ପାଇଁ ଆମେ ଏହା କରିଛୁ । ତେବେ କଲେଜ କର୍ତ୍ତୃପକ୍ଷଙ୍କ ଏ ପଦକ୍ଷେ ସମସ୍ତଙ୍କ ଆଦୃତିଲାଭ କରିଛି । ଏଭଳି ଚିନ୍ତାଧାରାକୁ ଲୋକେ ଅତିଉତ୍ତମ ବିଚାର ବୋଲି କହୁଛନ୍ତି ।
Powered by Froala Editor