ଦକ୍ଷିଣ ଆଫ୍ରିକାଠାରୁ ୫ ଉଇକେଟ୍ରେ ହାରିଲା ଭାରତ
କ୍ରମାଗତ ଦୁଇଟି ବିଜୟ ପରେ ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଫଳରେ ଭାରତକୁ ଏହି ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ ଚାଖିବାକୁ ପଡିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅଧିନାୟକଙ୍କ ଏହି ନିଷ୍ପତ୍ତି ଠିକ ପ୍ରମାଣିତ ହୋଇ ନ ଥିଲା।
ଆଡନ ମାରକ୍ରମ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟସମ୍ୟାନ ଏବଂ ପରେ ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଭାରତ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଡେଭିଡ୍ ମିଲରଙ୍କ ଅପରାଜିତ ୫୯ ରନ ଏବଂ ଆଡନ ମାରକ୍ରମଙ୍କ ୫୨ ରନ ବଳରେ ୨ଟି ବଲ୍ ବଳକା ଥାଇ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ଗ୍ରୁପ ୨ରେ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ୍ରୁ ୫ ପଏଣ୍ଟ ସହ ଶୀର୍ଷକୁ ଉଠିଛି। ଭାରତ ପରାଜୟ ସହ ଦ୍ଵିତୀୟ ସ୍ଥାନକୁ ଖସିଛି।
Powered by Froala Editor