ଦେଖିଛନ୍ତି କେବେ ହସକୁରା ‘ସୂର୍ଯ୍ୟ’?
ହସକୁରା ସୂର୍ଯ୍ୟ ଦେଖିଛନ୍ତି କେବେ? ଯଦି ଦେଖିନାହାନ୍ତି ନାସା ଜାରି କରିଛି ସୂର୍ଯ୍ୟଙ୍କ ହସୁଥିବା ଫଟୋ । ଏ ଫଟୋକୁ ଦେଖି କିଛି ଲୋକ ଏହାକୁ ଏକ କଳ୍ପନାମାତ୍ର ବୋଲି କହିଛନ୍ତି । ନାସା ଟ୍ୱିଟ୍ରେ ସୋଲାର ଡାୟନାମିକ୍ସ ଅବଜରଭେଟରୀ ସୂର୍ଯ୍ୟଙ୍କୁ ହସୁଥିବାର ଦେଖିଛି ବୋଲି ଉଲ୍ଲେଖ କରିଛନ୍ତି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ଏହି ଛବିକୁ ସେୟାର କରି ଏହାକୁ ‘ସ୍ମାଇଲିଂ ସନ’ ଅର୍ଥାତ ହସକୁରା ସୂର୍ଯ୍ୟ ବୋଲି କହିଛନ୍ତି।
ନାସା ଏହି ଛବି ସେୟାର କରିବା ପରେ ଲୋକଙ୍କ ନାନା ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଏହି ଛବିକୁ ହେଲୋୱିନ କଖାରୁ ସହ ତୁଳନା କରିଥିବା ବେଳେ ଭାରତରେ ଛଟ୍ ପୂଜା ଚାଲିଥିବାରୁ ଲୋକେ ପୂଜା ସହ ଛବିକୁ ମିସାଇ ଦେଖୁଛନ୍ତି। କିନ୍ତୁ ଯାହାବି ହେଉ ଫଟୋଟି ଦେଖିବାକୁ ମଜାଦାର ।
ସୂଚନାଯୋଗ୍ୟ ଯେ, ସୋଲାର ଡାୟନାମିକ୍ସ ଅବଜରଭେଟରୀ ସୂର୍ଯ୍ୟଙ୍କ ଗତିବିଧିରୁ ଅନ୍ତରୀକ୍ଷର ପାଣିପାଗ ପୂର୍ବାନୁମାନ କରିଥାନ୍ତି। ଏହି ମିସନ ୧୧ ଫେବୃଆରୀ ୨୦୧୦ରେ ଲଞ୍ଚ କରାଯାଇଥିଲା। ଅବଜରଭେଟରୀର ସ୍ପେସ୍ କ୍ରାଫ୍ଟ ସୂର୍ଯ୍ୟଙ୍କ ଆଭ୍ୟନ୍ତରୀଣ ସଂରଚନା, ବାୟୁମଣ୍ଡଳ, ଚୁମ୍ବକୀୟ କ୍ଷେତ୍ର ଓ ଶକ୍ତି ଉତ୍ପାଦନର ମାପ କରିଥାଏ।

Powered by Froala Editor