ବରିଷ୍ଠ ଓଏଏସସ୍ତରରେ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଛୋଟଧରଣର ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମାଲକାନଗିରି ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍ ବାଳମୁକୁନ୍ଦ ଭୂରାଙ୍କୁ ପର୍ୟ୍ୟଟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।
ସେହିପରି ବରିଷ୍ଠ ଓଏଏସ୍ ତଥା ସୁନ୍ଦରଗଡ଼ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭୈରବ ସିଂ ପଟେଲଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।
ସେହିପରି ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍ ରତ୍ନାକର ସାହୁଙ୍କୁ ମାଲକାନଗିରି ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି କରାଯାଇଛି ।
Powered by Froala Editor