କରୋନାରେ କଂଗ୍ରେସ ସାଂସଦ ରାଜୀବ ସାତବଙ୍କ ପରଲୋକ
ମୁମ୍ବାଇ: କରୋନା ପୁଣି ଜଣେ ରାଜନେତାଙ୍କ ଜୀବନ ନେଇଛି । ସେ ହେଲେ କଂଗ୍ରେସର ରାଜ୍ୟସଭା ସାଂସଦ ରାଜୀବ ସାତବ । ଏପ୍ରିଲ ୨୨ ତାରିଖରେ ରାଜୀବ କରୋନାରେ ସଂକ୍ରମିତ ହୋଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ଘରେ ରହି ଚିକିତ୍ସିତ ହେଉଥିଲେ । ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା । ତୁରନ୍ତ ତାଙ୍କୁ ପୁନେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା ।
ଶ୍ରୀ ସାତବଙ୍କ ମୃତ୍ୟୁରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଃଖ ପ୍ରକାଶ କରିଛନ୍ତି । ଏହା ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ସେ ଟ୍ୱିଟ କରିଛନ୍ତି । ଦଳର ଅନ୍ୟ ନେତାମାନେ ମଧ୍ୟ ସୋସିଆଲ୍ ମିଡିଆରେ ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତ ସାତବ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହିତ ସେ ଏଆଇସିସିର ସଚିବ ସହିତ ଗୁଜରାଟ କଂଗ୍ରେସର ପ୍ରଭାରୀ ମଧ୍ୟ ଥିଲେ । ଏହା ପୂର୍ବରୁ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ହିଙ୍ଗୋଲୀ ଲୋକସଭା ଆସନରୁ ବିଜୟୀ ହୋଇଥଲେ ।
Powered by Froala Editor