ଅବସର ନେବେ ୩ ବରିଷ୍ଠ ଆଇଏଏସ
ଭୁବନେଶ୍ୱର: ଚଳିତ ମାସରେ ଅବସର ନେବେ ଓଡ଼ିଶା କ୍ୟାଡର୍ ୩ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ । ସେମାନଙ୍କ ମଧ୍ୟରୁ କେନ୍ଦ୍ରରେ ଥିବା ବୟନ ଶିଳ୍ପ ସଚିବ ତଥା ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ଉପେନ୍ଦ୍ର ପ୍ରସାଦ ସିଂ ୩ ଦିନ ପରେ ଅବସର ନେବେ । ସେହିପରି କଟକସ୍ଥିତ ରାଜସ୍ୱ ବୋର୍ଡ ସଦସ୍ୟ ଥିବା ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ଜିଭିଭି ଶର୍ମା ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢୀ ଚଳିତ ମାସରେ ଅବସର ନେବେ ।
ଅପରପକ୍ଷେ ରାଜ୍ୟର ୧୩ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ଖବର ଭାଇରାଲ୍ ହୋଇଥିବା ବେଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିବା ସୂଚନା ମିଳିଛି ।
Powered by Froala Editor