ଚା’ରେ ପକାଇଦେଲେ କୀଟନାଶକ, ତାପରେ କ’ଣ ହେଲା ଜାଣନ୍ତୁ...
ଚା’ ବହୁତ ଲୋକଙ୍କ ପସନ୍ଦ । ହେଲେ ଚା’ ଯେତେବେଳେ ଜହର ପାଲଟିଯାଏ କ’ଣ କରାଯିବ । ଏଭଳି ଏକ ଦୁଃଖଦ ଖବର ଆସିଛି ଉତ୍ତରପ୍ରଦେଶ ମୈନପୁରରୁ । ଏଠାରେ ଚା’ ପିଇ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଶୀତ ଆରମ୍ଭ ହୋଇଥିବାରୁ ମୈନପୁର କନହାଇ ଗ୍ରାମରେ ରମା ନାମକ ଜଣେ ମହିଳା ତାଙ୍କ ପିଲା ଏବଂ ପରିବାରର ୫ ଜଣଙ୍କ ପାଇଁ ଚା ତିଆରି କରିଥିଲେ । ରମା ଚା ତିଆରି କରୁଥିବାବେଳେ ସେଠାରେ ଫସଲରେ ପକାଇଥିବା କୀଟନାଶକ ବା ବିଷ ପକାଇ ଦେଇଥିଲେ । ସେ ଭୁଲ୍ରେ ସେଥିରେ ଏହାକୁ ପକାଇ ଦେବା ପରେ ଘରର ସମସ୍ତେ ଚା ପିଇଥିଲେ । ଚା ପିଇବା ପରେ ଘଟଣାସ୍ଥଳରେ ଦୁଇ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ପିଲାଙ୍କର ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା ।
Powered by Froala Editor