ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହା ଜାରି ରହିବ । ତେଣୁ ଆଉ ଦୁଇ ସପ୍ତାହ ଲକଡାଉନ ବଢ଼ାଇବାର ଆବଶ୍ୟକତା ରହିଛି । ଏଭଳି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
ସେ କହିଛନ୍ତିଯେ, ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୦ରୁ ୧୨ ହଜାର ରହିବ । ଏବେ ପଜିଟିଭ ହାର ୨୦% ରହିଛି । ଅର୍ଥାତ ପ୍ରତି ୫ ଟେଷ୍ଟରୁ ଜଣଙ୍କ ଠାରେ ପଜିଟିଭ ଥିବା ଜଣାପଡୁଛି । ସେହିପରି ଟେଷ୍ଟ ବଢ଼ିଲେ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଛନ୍ତି ।
ଏହାଛଡ଼ା ମେ’ ୩୧ ପରେ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିବ । ତେବେ ଜୁନ ବେଳକୁ ଆଶ୍ୱସ୍ତି ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଗାଁରେ ସଂକ୍ରମଣ ବୃଦ୍ଧିକୁ ସେ ଚିନ୍ତାର କାରଣ ବୋଲି କହିଛନ୍ତି । ତେଣୁ ଗାଁଗୁଡ଼ିକ ଉପରେ ଅଧିକ ଫୋକସ କରିବାକୁ ପଡିବ । ଗ୍ରାମାଂଚଳରେ ଭିତିଭୂମି ନଥିବାବେଳେ ଲୋକମାନେ ବି ସଚେତନ ନୁହଁନ୍ତି । ଲୋକ ସଚେତନ ନଥିବାରୁ ମୃତୁ୍ୟହାର ବୃଦ୍ଧିର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।
Powered by Froala Editor