ଚଳନ୍ତା ସ୍କୁଟରରୁ ଡେଇଁପଡ଼ିଲେ ଡେଲିଭରି ବୟ
ଉତ୍ତରପ୍ରଦେଶ ନଏଡାର ସେକ୍ଟର-୭୩ରେ ଏକ ଦୁର୍ଘଟଣା ଘଟିଛି । ଚଳନ୍ତା ଇ-ସ୍କୁଟର୍ରେ ନିଆଁ ଲାଗିଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଡେଲିଭରି ବୟ । ଏହି ଇଲେକ୍ଟ୍ରୋନିକ୍ ସ୍କୁଟର୍ଟି ବିଗ୍ ବାସ୍କେଟ୍ର ଡେଲିଭରୀ ବୟ ଚନ୍ଦ୍ର ପ୍ରକାଶଙ୍କର ଥିଲା ବୋଲି ଜଣାପଡିଛି।
ଚନ୍ଦ୍ର ପ୍ରକାଶ ବିଗ୍ ବାସ୍କେଟ୍ର ଜଣେ ଡେଲିଭରୀ ବୟ । ଇ-ସ୍କୁଟର୍ରେ ଚନ୍ଦ୍ର ପ୍ରକାଶ କିଛି ସାମଗ୍ରୀ ଡେଲିଭରୀ କରିବା ପାଇଁ ଜାତୀୟ ରାଜପଥରେ ଯାଉଥିଲେ। ଏତିକି ବେଳେ ହଠାତ୍ ତାଙ୍କ ଇଲେକ୍ଟ୍ରୋନିକ୍ ସ୍କୁଟର୍ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସେ ସ୍କୁଟର୍ରୁ ଡେଇଁପଡିଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଲଭିବାବେଳକୁ ସ୍କୁଟର୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
Powered by Froala Editor